32.1 C
Bhubaneswar
Friday, April 26, 2024
HomeUncategorizedବର୍ଜ୍ୟବସ୍ତୁ ପରିଚାଳନା ନିୟମ ଉଲଂଘନ ଅଭିଯୋଗରେ  ଦୁଇ ଘରୋଇ ହସ୍ପିଟାଲକୁ ସିଲକଲା ଜିଲ୍ଲାପ୍ରଶାସନ।

ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଉଲଂଘନ ଅଭିଯୋଗରେ  ଦୁଇ ଘରୋଇ ହସ୍ପିଟାଲକୁ ସିଲକଲା ଜିଲ୍ଲାପ୍ରଶାସନ।

ମୟୂରଭଞ୍ଜ।(ଘାସିରାମ ବେହେରା)-ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ ଖୋଲାଖୋଲି ଉଲଂଘନ ଅଭିଯୋଗରେ ବାରିପଦା ସହରର ଦୁଇଟି ଘରୋଇ ହସ୍ପିଟାଲକୁ ସିଲ କରିଛି ଜିଲ୍ଲା ପ୍ରଶାସନ। ଟ୍ୱିଟ କରି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। ସିଲ ହୋଇଥିବା ହସ୍ପିଟାଲ ମଧ୍ୟରେ ବାରିପଦା ପୌରପାଳିକ ଅନ୍ତର୍ଗତ ଜୟା ହସ୍ପିଟାଲ ଏବଂ ଗାୟତ୍ରୀ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର । ତେବେ ସହର ମଧ୍ୟରେ ଥିବା ଅନ୍ୟ ଘରୋଇ ହସ୍ପିଟାଲ ଗୁଡିକ ମଧ୍ୟ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଉଲଂଘନ କରୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ବୋଲି ପ୍ରଶ୍ନ ଉଠୁଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପଟେ ମହାମାରୀ କରୋନା ସଂକ୍ରମଣ କାୟାବିସ୍ତାର କରୁଥିବା ସମୟରେ ଘରୋଇ ହସ୍ପିଟାଲ କତ୍ତୃପକ୍ଷ ଦାୟିତ୍ବହୀନ ଭାବେ ବର୍ଜ୍ୟବସ୍ତୁକୁ ଏଣେତେଣେ ଜମା କରୁଥିବାରୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିଲା। ଏହାସହ କରୋନାର ଭୟଭୟତା ବୃଦ୍ଧିର ଆଶଙ୍କା ମଧ୍ୟ ସୃଷ୍ଟି ହେଉଥିଲା। ଏନେଇ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ବାରମ୍ବାର ସୂଚନା ମଧ୍ୟ ଦିଆଯାଇଥିଲା। ତେବେ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇ ବାରିପଦା ଉପଜିଲ୍ଲାପାଳ, ଉପଖଣ୍ଡ ପୋଲିସ ଅଧିକାରୀ ଓ ବାରିପଦା ତହସିଲଦାରଙ୍କ ପକ୍ଷରୁ ମିଳିତ ଚଢ଼ାଉ କରି ସିଲ କରିଛନ୍ତି ନିୟମ ଉଲଂଘନକାରୀ ଦୁଇ ଘରୋଇ ହସ୍ପିଟାଲକୁ। ବିଳମ୍ବ ହେଉପଛେ କରୋନା ଜିଲ୍ଲା ପ୍ରଶାସନକୁ ବର୍ଜ୍ୟବସ୍ତୁ ପରିଚାଳନା ନିୟମପାଳନର ତଦାରଖ ପ୍ରତି ସଜାଗ କରିବା ସହିତ ଯାଞ୍ଚ ଦିଗରେ ସକ୍ରିୟ କରିପାରିଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking