28.9 C
Bhubaneswar
Sunday, May 5, 2024
Homeଓଡିଶାଭୁବନେଶ୍ୱର୨ଦିନ ପରେ ସରିବ ଖରା ଛୁଟି: ରାଜ୍ୟରେ ୧୭ରୁ ଆରମ୍ଭ ହେବ ଶ୍ରେଣୀ ପାଠପଢ଼ା

୨ଦିନ ପରେ ସରିବ ଖରା ଛୁଟି: ରାଜ୍ୟରେ ୧୭ରୁ ଆରମ୍ଭ ହେବ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର: ରାଜ୍ୟରେ ଗତ ୬ତାରିଖରୁ ଆରମ୍ଭ ହୋଇଥିଲା ଖରାଛୁଟି । ଏନେଇ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିଥିଲା । ଆଉ ୨ଦିନ ପରେ ଏହା ଶେଷ ହେବ । ଅର୍ଥାତ ଆସନ୍ତା ୧୭ତାରିଖରେ ସ୍କୁଲ ଖୋଲିବା ପରେ ପୁଣି ପାଠପଢ଼ା ଆରମ୍ଭ ହେବ । ଗତ ଦୁଇବର୍ଷ ହେବ କରୋନା ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ଖରାଛୁଟି ଅବଧିକୁ କମାଇ ଦିଆଯାଇଥିଲା । ପାଠପଢ଼ାକୁ ଦୃଷ୍ଟିରେ ରଖି ଏଥର ୧୧ ଦିନିଆ ସ୍କୁଲ ଛୁଟି କରାଯାଇଛି । ତେବେ ପୂର୍ବରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ କ୍ଳାସ ଆରମ୍ଭ ହୋଇଥିଲା । ସକାଳ ୬ଟାରୁ ଦିନ ୯ଟା ପର୍ଯ୍ୟନ୍ତ ପିଲାମାନେ କ୍ଳାସ କରୁଥିଲେ । ମାତ୍ର ୧୭ରୁ ସ୍କୁଲ ଖୋଲିବା ପରେ ରାଜ୍ୟରେ ସରକାରୀ ସ୍କୁଲଗୁଡିକରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ସକାଳ ୯ଟା୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଘରୋଇ ତଥା ସରକାରୀ ସ୍ୱୀକୃତିପ୍ରାପ୍ତ ସ୍କୁଲ ଗୁଡିକରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୬ଟା୩୦ରୁ ୧୦ଟା୩୦ ପର୍ଯ୍ୟନ୍ତ ଏବଂ ୪ର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ପୂର୍ବାହ୍ଣ ୧୧ଟାରୁ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି । ଯଦି ଗ୍ରୀଷ୍ମପ୍ରବାହ ଲାଗି ରହିଥାଏ ତେବେ ସ୍କୁଲରେ ପିଲାଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking