24.1 C
Bhubaneswar
Monday, May 13, 2024
Homeଓଡିଶାଯାଜପୁର ଜିଲ୍ଲାରେ ସ୍ଵତନ୍ତ୍ର ରିଲିଫ କମିଶନ ନିର୍ଦ୍ଦେଶ କୁ ଖଣି ଠିକା ସଂସ୍ଥା ବେଖlତିର

ଯାଜପୁର ଜିଲ୍ଲାରେ ସ୍ଵତନ୍ତ୍ର ରିଲିଫ କମିଶନ ନିର୍ଦ୍ଦେଶ କୁ ଖଣି ଠିକା ସଂସ୍ଥା ବେଖlତିର

ଯାଜପୁର : ଯାଜପୁର ଜିଲ୍ଲାର ବିଭନ୍ନ ଠିକା ସଂସ୍ଥା ଓ ବିଭନ୍ନ ଖଣି ରେ କାର୍ଯ୍ୟ କରୁ ଥିବା ଶ୍ରମିକ ମାନ ଙ୍କ ପାଇଁ ଗ୍ରୀଷ୍ମ ଋତୁରେ ଖରା ଉତ୍ତାପ ବୃଦ୍ଧି ପାଉ ଥିବାର ଶ୍ରମିକ ମାନେ କାର୍ଯ୍ୟ କରିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ଏକ ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିଛନ୍ତି ।ଦିନ ୧୧ଟା ରୁ ୩ଟା ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ କାର୍ଯ୍ୟ ରେ ନିୟୋଜିତ କରି ପାରିବେ ନାହିଁ l ଏକ ନିର୍ଦ୍ଦେଶ ନମା ବିଭନ୍ନ,ବିଭାଗ ଖଣି ଓ ଶିଳ୍ପ ସଂସ୍ଥା ପ୍ରଭୃତି କୁପଠାଇ ଚନ୍ତି l ଏହି ନିୟମ କୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଧେଶ ଦିଆ ଯାଇଚି l କିନ୍ତୁ ଏହି ନିୟମ କୁ ଖଣି ଖାଦାନ ରେ କାର୍ଯ୍ୟ କlରୀ କରା ଯାଉ ନାହିଁ l ଏସ ଅର୍ ସି ଙ୍କ ନିର୍ଦ୍ଧେଶ କୁ ଫୁ କାରା ଯାଇଛି l ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି ସୁକିନ୍ଦା କ୍ରୋମା ଇଟ ଖଣି ଉପତ୍ୟକା ରେ l ଦିନ ୧୧ଟା ରୁ ୩ଟା ପଯ୍ୟନ୍ତ ଡ଼ହ ଡହ ଖରା ରେ ଖଣି କାର୍ଯ୍ୟ ରେ ନିୟୋଜିତ କରା ଯାଉଛି l ଶ୍ରମିକ ମାନେ ମୁଁହ ଖୋଲି ରେ କାର୍ଯ୍ୟ ରୁ ବାହାର କରିବାକୁ ଧମକ ଚମକ ମିଳୁଛି l ଶାସକ ଦଳର ଶ୍ରମିକ ସଂଘଟନ ର ନେତା ଠିକା ସଂସ୍ଥା କୁ ସମର୍ଥନ କାରୁ ଥିବରୁ ଠିକା ସଂସ୍ଥା ଶ୍ରମିକ ଉପରେ ଦାଉ ସାଧୁ ଛନ୍ତି l ଶ୍ରମିକ ମାନେ ଜିବନ କୁ ପାଣି ଛଡାଇ ଧୁ ଧୂ ଖରା ରେ କାର୍ଯ୍ୟ କରୁ ଛନ୍ତି l କୁଟୁମ୍ବ ପୋଷିବା ପାଇଁ ଖରା କାର୍ଯ୍ୟ କରୁ ଛନ୍ତି l ଠିକା ସଂସ୍ଥା ଏସ ଆର ସି ଙ୍କ ନିର୍ଦ୍ଧେଶ କୁ ଫୁ କରି କାଗଜ କଲମରେ ସିମୀତ ରଖୁ ଛନ୍ତିl ଶ୍ରମ ବିଭାଗ କଣ କରୁଚି ତାହା ପ୍ରଶ୍ନ ବଚୀ ସୃଷ୍ଟି କରୁଚି ,। ଯାଜପୁର ଜିଲ୍ଲା ସିଭିଲ ସୋସାଇଟି ଫୋରମ ର ସମ୍ପାଦକ ବିଶ୍ଵନାଥ ପାତ୍ର ଙ୍କ ନେତୃତ୍ଵ ରେ ଏକ ପ୍ରତିନିଥି ଦଳ ଯାଜପୁର ଜିଲ୍ଲା ଙ୍କୁ ଭେଟି ଏ ସମ୍ପର୍କ ରେ କlର୍ଯୁନୁଷ୍ଟlନ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଚନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking