30.1 C
Bhubaneswar
Saturday, May 4, 2024
Homeଓଡିଶାକରୋନା ଟିକାକୁ ବର୍ଜନ କଲେ ୨୮ ସ୍ୱାସ୍ଥ୍ୟକର୍ମୀ

କରୋନା ଟିକାକୁ ବର୍ଜନ କଲେ ୨୮ ସ୍ୱାସ୍ଥ୍ୟକର୍ମୀ

ବିରିଡ : ବିରିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ତୃଣମୂଳସ୍ତରରେ ସରକାରୀ ସ୍ୱୀକୃତି ପ୍ରାପ୍ତ ଚାରିଟି କ୍ଷେତ୍ର କର୍ମଚାରୀ ସଂଘ ଓଡ଼ିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ, ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ଦର୍ଶିକା ୨୮ ଜଣ ସ୍ୱାସ୍ଥ୍ୟ କର୍ମୀ ଶନିବାର କଳା ବ୍ୟାଜ୍ ପରିଧାନ କରି କାର୍ଯ୍ୟରେ ଯୋଗଦେଇଥିଲେ । କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆୟୋଜିତ କରୋନା ଟିକା ନେବାକୁ ମନା କରିବାସହ କରୋନା ଟିକାକୁ ବର୍ଜନ କରିଥିଲେ । କ୍ୟାଡର ପୁନଃଗଠନ, ପଦବୀ ପରିବର୍ତ୍ତନ ପାଇଁ ଦୀର୍ଘଦିନ ହେବ ଦାବି ହୋଇଆସୁଥିବାରୁ ଏହା ଉପରେ ତୁରନ୍ତ ଆଲୋଚନା କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ମାତ୍ର ଏହାକୁ ଅଣଦେଖା କରାଯାଉଥିବାରୁ ଏହି ସ୍ୱାସ୍ଥ୍ୟ କର୍ମୀମାନେ ଏହିଭଳି ଚରମ ପଦକ୍ଷେପ ଗ୍ରହଣ କରିବା ସହ କରୋନା ଟିକାକୁ ବର୍ଜନ କରିଛନ୍ତି ବୋଲି  କହିଥିଲେ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking