31.1 C
Bhubaneswar
Friday, March 29, 2024
Homeଅପରାଧବୋହୂକୁ ତଣ୍ଟି ଚିପି ହତ୍ୟା : ସ୍ୱାମୀ,ଶାଶୂ, ଶ୍ୱଶୁର ଗିରଫ

ବୋହୂକୁ ତଣ୍ଟି ଚିପି ହତ୍ୟା : ସ୍ୱାମୀ,ଶାଶୂ, ଶ୍ୱଶୁର ଗିରଫ

ଗଞ୍ଜାମ : ଖଲିକୋଟ ଥାନା କହ୍ନେଇପୁର ଗ୍ରାମରେ ଜଣେ ବିବାହିତା ମହିଳା କବିତା ମୁଦୁଲି(୨୫)ଙ୍କୁ ଅଧିକ ଯୌତୁକ ଦାବିରେ ଶାଶୂ, ଶ୍ୱଶୁର ଓ ସ୍ୱାମୀ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ସ୍ୱାମୀ ପବିତ୍ର ମୁଦୁଲି(୪୦)କୁ ଗିରଫ କରିବା ସହ କହ୍ନେଇପୁର ଗ୍ରାମକୁ ଯାଇ ଶାଶୂ ତମାଳ ମୁଦୁଲି(୬୦) ଓ ଶ୍ୱଶୁର ନିରଞ୍ଜନ ମୁଦୁଲି(୬୫)ଙ୍କୁ ଗିରଫ କରିଛି । ବ୍ୟବଚ୍ଛେଦ ରିପୋର୍ଟରେ କବିତାକୁ ତଣ୍ଟି ଚିପି ହତ୍ୟା କରାଯାଇ ଥିବା ସ୍ପଷ୍ଟ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗତ ୧୦ ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଭାଇ ରଞ୍ଜିତ ବେହେରା ଭଉଣୀ କବିତାକୁ ହତ୍ୟା କରାଯାଇଥିବା ଖଲିକୋଟ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଶବ ଜବତ ଏକ ମାମଲା ରୁଜୁ କରିଛି ।  

ସୂଚନା ଅନୁଯାୟୀ, କବିତାଙ୍କ ବାପାଘର କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମରେ । ବାପା ମାଆଙ୍କ ଦେହାନ୍ତ ହୋଇ ଯାଇଥିବା ବେଳେ ୩ ଭାଇ ଅଛନ୍ତି । ସେ ୨୦୧୪ରେ କହ୍ନେଇପୁର କୁମ୍ଭାର ସାହିର ନିରଞ୍ଜନ ମୁଦୁଲିଙ୍କ ପୁଅ ପବିତ୍ର ମୁଦୁଲିଙ୍କୁ ବିବାହ କରିଥିଲେ । ତାଙ୍କର ପାଞ୍ଚ ବର୍ଷର ଗୋଟିଏ ଝିଅ ଅଛି । ବିବାହ ସମୟରେ ନିଜ ସାମର୍ଥ୍ୟ ଅନୁସାରେ ଯୌତୁକ ଦିଆଯାଇଥିବା ବେଳେ ପରେ ଅଧିକ ଯୌତୁକ ଦାବି କରି କବିତା ଉପରେ ଶାଶୂଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ ବୋଲି କବିତାଙ୍କ ଭାଇ ଅଭିଯୋଗ କରିଛନ୍ତି । ସ୍ୱାମୀ, ଶାଶୂ, ଶ୍ୱଶୁରଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ କହିଛନ୍ତି । ମୃତ କବିତାର ୫ ବର୍ଷ ବୟସର ଝିଅକୁ ଅଜା ଘରକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking