28.1 C
Bhubaneswar
Saturday, April 27, 2024
Homeଖେଳବକ୍ସିଂ ମ୍ୟାଚ୍‌ରେ ଟ୍ରମ୍ପ୍ କମେଣ୍ଟେଟର୍‌

ବକ୍ସିଂ ମ୍ୟାଚ୍‌ରେ ଟ୍ରମ୍ପ୍ କମେଣ୍ଟେଟର୍‌

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବକ୍ସିଂ ମ୍ୟାଚ୍‌ରେ କମେଣ୍ଟ୍ରି କରିବେ । ଟ୍ରମ୍ପ୍‌ଙ୍କ ସହ ତାଙ୍କ ପୁତ୍ର ଜୁନିୟର୍ ଟ୍ରମ୍ପ୍ ମଧ୍ୟ ଉପସ୍ଥିତ ରହିବେ । ଏହି ମ୍ୟାଚ୍‌ରେ ପୂର୍ବତନ ହେଭିୱେଟ୍ ଚାମ୍ପିଅନ୍ ଇଭାଣ୍ଡର୍ ହୋଲିଫିଲ୍ଡ ଭାଗନେବେ । ଶନିବାର ହଲିଉଡ୍‌ରେ ହେବାକୁ ଥିବା ଏହି ମ୍ୟାଚ୍‌ର ପ୍ରସାରଣ ଏଫ୍‌ଆଇଟିଇ ଡଟ୍ ଟିଭିରେ ଉପଲବ୍ଧ ହେବ । ପୂର୍ବତନ ରାଷ୍ଟ୍ରପତି ଏକ ବିଜ୍ଞପ୍ତିରେ କହିଛନ୍ତି, ବକ୍ସର୍ ଏବଂ ମ୍ୟାଚ୍ ମୋର ବହୁ ପସନ୍ଦ । ଚଳିତ ଥର ଶନିବାର ରାତିରେ ଏପରି ଏକ ମ୍ୟାଚ୍‌ର ମୁଁ ଅଂଶବିଶେଷ ହେବି ଏବଂ ନିଜ ମତ ମଧ୍ୟ ରଖିବି । ଆପଣ ଏହାକୁ ଦେଖିବାକୁ ଭୁଲିବେ ନାହିଁ ।

ପ୍ରଥମେ ଏହି ମ୍ୟାଚ୍ ଲସ୍‌ଏଞ୍ଜେଲ୍ସରେ ବକ୍ସର୍ ଅସ୍କାର ଡେ ଲା ହୋୟା ଏବଂ ଭିଟୋର୍ ବେଲ୍‌ଫୋର୍ଟଙ୍କ ମଧ୍ୟରେ ହେବାର ଥିଲା । ମାତ୍ର ଡେ ଲା ହୋୟା କରୋନା ସଂକ୍ରମିତ ହେବା ଫଳରେ ଅନ୍ତିମ ମୁହୂର୍ତ୍ତରେ ହୋଲିଫିଲ୍ଡଙ୍କୁ ସାମିଲ କରାଯାଇଥିଲା । ତେବେ ହୋଲିଫିଲ୍ଡଙ୍କ ବୟସକୁ ଦୃଷ୍ଟିରେ ରଖି କାଲିଫର୍ଣ୍ଣିଆ ରାଜ୍ୟ ଆଥ୍‌ଲେଟିକ୍ କମିଶନ୍ ଅନୁମତି ଦେବାକୁ ମନା କରିଦେଇଥିଲେ । ଫଳରେ ଏହି ମୁକାବିଲା ଫ୍ଲୋରିଡାରେ ହେବ । ହୋଲିଫିଲ୍ଡ ଆସନ୍ତା ମାସରେ ୫୯ ବର୍ଷରେ ପଦାର୍ପଣ କରିବେ ଏବଂ ୨୦୧୧ ପରଠାରୁ ସେ ରିଙ୍ଗ୍‌କୁ ଓହ୍ଲାଇ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking