24.1 C
Bhubaneswar
Thursday, May 9, 2024
Homeଖେଳସାଉଥ୍ ଆଫ୍ରିକା ଦଳରୁ ଡୁପ୍ଲେସିସ୍ ବାଦ୍‌

ସାଉଥ୍ ଆଫ୍ରିକା ଦଳରୁ ଡୁପ୍ଲେସିସ୍ ବାଦ୍‌

ନୂଆଦିଲ୍ଲୀ : ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଗୁରୁବାର ଘୋଷିତ ୧୫ ଜଣିଆ ସାଉଥ୍ ଆଫ୍ରିକା ଦଳରୁ ପୂର୍ବତନ ଅଧିନାୟକ ଫାପ୍ ଡୁପ୍ଲେସିସ୍ ବାଦ୍ ପଡ଼ିଛନ୍ତି । ସେିପରି ଅନୁଭବୀ ଲେଗ୍ ସ୍ପିନର୍ ଇମ୍ରାନ୍ ତାହିର୍ ଓ ଅଲ୍‌ରାଉଣ୍ଡର କ୍ରିସ୍ ମୋରିସ୍‌ଙ୍କୁ ସ୍ଥାନ ମିଳିନି । ବିଶ୍ୱକପ୍ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଡୁପ୍ଲେସିସ୍ ଓ ତାହିର୍ କ୍ରିକେଟ୍‌ର ଅନ୍ୟ ଫର୍ମାଟ୍‌ରୁ ସନ୍ନ୍ୟାସ ନେଇଥିଲେ । ଟେମ୍ବା ବାଭୁମାଙ୍କ ନେତୃତ୍ୱାଧୀନ ଦଳରେ ବାମହାତୀ ସ୍ପିନର୍ କେଶବ ମହାରାଜ ନୂଆମୁହଁ ଭାବେ ସାମିଲ ହୋଇଛନ୍ତି । ପୂର୍ବରୁ ଟେଷ୍ଟ୍ ଓ ଦିନିକିଆ ଖେଳିସାରିଥିଲେ ହେଁ କେଶବ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଟି-୨୦ ଖେଳିବାର ସୁଯୋଗ ପାଇବେ ।

ଏପରିକି ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ହୋଇଥିବା ଦିନିକିଆ ସିରିଜ୍‌ରେ କେଶବ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଘୋଷିତ ଦଳ: ଟେମ୍ବା ବାଭୁମା (ଅଧିନାୟକ), କେଶବ ମହାରାଜ, କ୍ୱିଣ୍ଟନ୍ ଡି କକ୍‌, ବ୍ୟୋର୍ନ ଫୋର୍ଟୁଇନ୍‌, ରିଜା ହେଣ୍ଡ୍ରିକ୍ସ, ହେନ୍‌ରିଚ୍ କ୍ଲାସେନ୍‌, ଆଇଡେନ୍ ମାର୍କରାମ୍‌, ଡେଭିଡ୍ ମିଲର୍‌, ଡବ୍ଲ୍ୟୁ ମୁଲ୍‌ଡର୍‌, ଲୁଙ୍ଗି ଏନ୍‌ଗିଡି, ଆନରିଚ୍ ନୋର୍ଜେ, ଡ୍ୱେନ୍ ପ୍ରିଟୋରିୟସ୍‌, କାଗିସୋ ରବାଡା, ତବରେଜ୍ ଶମସୀ ଓ ରାସି ଭାନ୍ ଡର୍ ଡୁସେନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking