40.1 C
Bhubaneswar
Thursday, April 25, 2024
Homeଓଡିଶାକ୍ରେଡିଟ୍‌କାର୍ଡ ବିଲ୍ ଦେବାବେଳେ ୧ଲକ୍ଷ ୩୬ହଜାର ଠକେଇ

କ୍ରେଡିଟ୍‌କାର୍ଡ ବିଲ୍ ଦେବାବେଳେ ୧ଲକ୍ଷ ୩୬ହଜାର ଠକେଇ

ଭୁବନେଶ୍ୱର: କ୍ରେଡିଟ୍ କାର୍ଡର ବକେୟା ଦେୟ ଅନଲାଇନ୍ ମାଧ୍ୟମରେ ପୈଠ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି । ସାଇବର ଅପରାଧୀମାନେ ତାଙ୍କ ବ୍ୟାଙ୍କ ଜମାଖାତାରୁ ୧ଲକ୍ଷ ୩୬ ହଜାର ଟଙ୍କା ଲୁଟି ନେଇଛନ୍ତି । ଏ ନେଇ ଠକାମିର ଶିକାର ହୋଇଥିବା ପ୍ରଶାନ୍ତ କୁମାର ପତି ଭୁବନେଶ୍ୱର ସାଇବର ସେଲରେ ବୁଧବାର ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ପ୍ରଶାନ୍ତ ତାଙ୍କର ଏକ ଘରୋଇ ବ୍ୟାଙ୍କର କ୍ରେଡିଟ୍ କାର୍ଡର ଦେୟ ପୈଠ କରିବାର ଶେଷ ତାରିଖ ୨୯ ତାରିଖରେ ରହିଥିଲା । ସେ ଅନଲାଇନ୍ ମାଧ୍ୟମରେ ଏହି ଦେୟ ପୈଠ କରିବା ଲାଗି କ୍ରେଡ୍ ଆପ୍‌କୁ ବ୍ୟବହାର କରିଥିଲେ । ଗତ ଅଗଷ୍ଟ ୨୭ ତାରିଖରେ ସେ କ୍ରେଡ ଆପ୍ ମାଧ୍ୟମରେ କ୍ରେଡିଟ୍ କାର୍ଡର ବକେୟା ଥିବା ୪ଲକ୍ଷ ୫୫ହଜାର ଟଙ୍କା ଜମା କରିଥିଲେ । ଗତ ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ତାଙ୍କର ବକେୟା ଦେୟ ବ୍ୟାଙ୍କର ଜମାଖାତାକୁ ଯାଇନଥିଲା ।

ବ୍ୟାଙ୍କରୁ ତାଙ୍କୁ ଯୋଗାଯୋଗ କରିବାରୁ ସେ ଗୁଗୁଲରେ କ୍ରେଡ୍ ଆପ୍‌ର ଗ୍ରାହକ ସେବା ନମ୍ବର ଯୋଗାଯୋଗ କରିଥିଲେ । କିଛି ସମୟ ପରେ ଉକ୍ତ ନମ୍ବରରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା । କ୍ରେଡ୍ ଆପ୍‌ର ଗ୍ରାହକ ସେବା ପ୍ରତିନିଧିର ପରିଚୟ ଦେଇ ତାଙ୍କ ବ୍ୟାଙ୍କର ଜମାଖାତା ନମ୍ବର ମାଗି ନେଇଥିଲେ । କିଛି ସମୟ ପରେ ତାଙ୍କ ଜମାଖାତାରୁ ପୁଣି ୭ଟି ପର୍ଯ୍ୟାୟରେ ୧ ଲକ୍ଷ ୩୬ ହଜାର ୭୯୯ଟଙ୍କା କଟିଯାଇଥିଲା । ଏହାପରେ ସେ ସାଇବର ଠକଙ୍କ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ସାଇବର ସେଲ୍‌ରେ ଅଭିଯୋଗ କରିବାକୁ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking