26.1 C
Bhubaneswar
Wednesday, May 8, 2024
Homeଲାଇଫ୍ ଷ୍ଟାଇଲ୍ଘରେ ଲଗାନ୍ତୁ ଏହି ସବୁ ଗଛ, ମିଳିବ ସକରାତ୍ମକ ଶକ୍ତି

ଘରେ ଲଗାନ୍ତୁ ଏହି ସବୁ ଗଛ, ମିଳିବ ସକରାତ୍ମକ ଶକ୍ତି

ଭୁବନେଶ୍ୱର : ଘରେ ବାରିରେ ଗଛ ଲଗାଇବା କିଛି ଲୋକଙ୍କ ସଉକ। ଏପରିକି କିଛି ଲୋକ ଘର ଭିତରେ ବି ଚାରା ରୋପଣ କରିଥାନ୍ତି। କିନ୍ତୁ ଏମିତି କିଛି ଔଷଧୀୟ ଗଛ ରହିଛି ଯାହାକୁ ଘର ଭିତରେ ଲଗାଇଲେ ଉତ୍ତମ ସ୍ବାସ୍ଥ୍ୟ ମିଳିବା ସହ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ସେଭଳି କିଛି ଗଛ ଉପରେ….

ତୁଳସୀ: ହିନ୍ଦୁମାନେ ତୁଳସୀକୁ ଅତି ପବିତ୍ର ଓ ପୂଜନୀୟା ଭାବେ ଗ୍ରହଣ କରିଥାନ୍ତି। ଏହାଛଡ଼ା ଏହାକୁ ଔଷଧୀୟ ବୃକ୍ଷ ମଧ୍ୟରେ ସାମିଲ କରାଯାଇଛି । ଏହାର ବ୍ୟବହାର ଔଷଧୀୟ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । ତୁଳସୀ ଗଛ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ଆସିଥାଏ। ଖାଲି ସେତିକି ନୁହେଁ, ଏହି ଗଛ ମନରେ ସକରାତ୍ମକ ଭାବନା ଜାଗ୍ରତ କରିଥାଏ ।

ଘିକୁଆଁରୀ: ଘିକୁଆାଁରୀ ଏଭଳି ଆଉ ଏକ ଗଛ, ଯାହା ଉଭୟ ଔଷଧୀୟ ଏବଂ ସୌନ୍ଦର୍ଯ୍ୟ ଉପାଦାନ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏଥିସହିତ ଏହା ଘରେ ସକରାତ୍ମକ ଭାବନା ଦୂର କରିବାରେ ସହାୟକ ହୋଇଥାଏ ।

ଗୋଲାପ: ଆମେ ଛାତ ଉପରେ ବା ବାଲକୋନିରେ ଗୋଲାପ ଗଛ ଲଗାଇଥାଉ। ଆମେ ଚାହିଁଲେ ନିଜ ଘର ଭିତରେ ଏପରିକି ବେଡ୍ ରୁମରେ ଦେଶୀ ଗୋଲାପ ଗଛ ଲଗାଇ ପାରିବା। ଏହା ମନରେ ସକରାତ୍ମକ ଭାବନା ଜାଗ୍ରତ କରିଥାଏ । ଏହାଛଡ଼ା ଏକଥା ବି ଭୁଲିଯିବା ଉଚିତ ନୁହେଁ ଯେ ଗୋଲାପ ଫୁଲ ଶାନ୍ତି, ପ୍ରେମ ଏବଂ ସକରାତ୍ମକ ପରିବେଶର ପ୍ରତୀକ ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking