22.1 C
Bhubaneswar
Sunday, January 23, 2022
Homeଜୀବନଶୈଳୀଥଣ୍ଡା ପାଣି ପିଉଥିଲେ ଜାଣି ରଖନ୍ତୁ ଏହି କଥା

ଥଣ୍ଡା ପାଣି ପିଉଥିଲେ ଜାଣି ରଖନ୍ତୁ ଏହି କଥା

ଭୁବନେଶ୍ୱର : ବହୁ ଲୋକ ଅଛନ୍ତି ଯେଉଁମାନେ ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଥାନ୍ତି। ଥଣ୍ଡା ପାଣି ପିଇଲେ ଭଲ ଲାଗିଥାଏ କିନ୍ତୁ ଏହା ଶରୀର ପାଇଁ ହାନିକାରକ ହୋଇଥାଏ। ଥଣ୍ଡା ପାଣି ପିଇବା ଦ୍ୱାରା ଆପଣ ହୃଦ୍‌ରୋଗର ଶିକାର ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ୱାରା କ’ଣ ସବୁ ସମସ୍ୟା ଦେଖାଯାଇଥାଏ।
ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍ସିୟସ ରହିଥାଏ। ତେଣୁ ଆମେ ପିଉଥିବା ପାଣିର ତାପମାତ୍ରା ୨୦-୨୨ ଡିଗ୍ରୀ ସେଲ୍ସିୟସ ରହିବା ଆବଶ୍ୟକ। ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇଲେ ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମାଇଥାଏ। କେବଳ ସେତିକି ନୁହେଁ, ଏହାର ସିଧାସଳଖ ପ୍ରଭାବ ପାଚନ କ୍ରିୟା ଉପରେ ପଡ଼ିଥାଏ। ଅତ୍ୟଧିକ ଥଣ୍ଡା ପାଣି ପିଇଲେ ତାହାକୁ ଢୋକିବାକୁ କିଛି ସମୟ ଲାଗିଥାଏ। କାରଣ ଏହି ପାଣିର ତାପମାତ୍ରା ଅଳ୍ପ ପରିମାଣରେ ସାମାନ୍ୟ ହେବା ପରେ ତାହା ଗଳାରୁ ଖସିଥାଏ। ଏହାଦ୍ୱାରା ଟନ୍ସିଲଜନିତ ସମସ୍ୟା ଦେଖା ଦେଇଥାଏ। ସବୁବେଳେ ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ପେଟର ଅନ୍ତଳନୀ ସଙ୍କୁଚିତ ହୋଇଯାଇଥାଏ, ଯାହାଦ୍ୱାରା କଫଜନିତ ସମସ୍ୟା ଦେଖାଯାଏ। ଅତ୍ୟଧିକ ଥଣ୍ଡାପାଣି ପିଇବା ଅଭ୍ୟାସରେ ପରିଣତ ହେଲେ ହୃଦଜନିତ ସମସ୍ୟା ମଧ୍ୟ ସୃଷ୍ଟି ହେବାର ଆଶଙ୍କା ଥାଏ।

ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇଲେ ଖାଦ୍ୟ ହଜମ ହେବାରେ ସମସ୍ୟା ହୁଏ। ଏହାସହ ପେଟର ବୃହତ ଯନ୍ତ୍ର ସଙ୍କୁଚିତ ହୋଇଯାଏ ଯାହା ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ।

ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଲେ ହୃତ୍‌ପିଣ୍ଡରେ ସମସ୍ୟା ଦେଖାଯାଏ। ଏହାସହ ହୃଦ୍‌ଘାତ ହେବାର ଆଶଙ୍କା ବଢ଼ିଯାଏ।

ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର ପାଚନ ଶକ୍ତି କମିଯାଏ। ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ କମାଇ ଦିଏ।
ଖାଇସାରିବା ପରେ ଥଣ୍ଡା ପାଣି ପିଇଲେ ମୋଟାପଣ ଭଳି ସମସ୍ୟା ଦେଖାଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking