28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମାଡ଼ିଗଲା ଟ୍ରେନ୍‌; ୧୪ଶ୍ରମିକ ମୃତ

ମାଡ଼ିଗଲା ଟ୍ରେନ୍‌; ୧୪ଶ୍ରମିକ ମୃତ

ନୂଆଦିଲ୍ଲୀ : ମାଲଗାଡ଼ି ଧକ୍କାରେ ୧୪ଶ୍ରମିକ ମୃତ ଓ ୨ଜଣ ଆହତ । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଔରଙ୍ଗାବାଦ-ନାନ୍ଦେଡ୍ ରୁଟ୍‌ର କର୍ମଦ ନିକଟରେ । ରେଳ ଧାରଣାରେ ଚାଲି ଚାଲି ନିଜ ରାଜ୍ୟ ଛତିଶଗଡ଼କୁ ଫେରୁଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରେନ୍ । ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଲକ୍‌ଡାଉନ୍ ଯୋଗୁ ସବୁ କିଛି ବନ୍ଦ । ତେଣୁ ମହାରାଷ୍ଟ୍ରରେ କାର୍ଯ୍ୟରତ ପ୍ରବାସୀ ଶମିକମାନେ ମହାରାଷ୍ଟ୍ରରୁ ଚାଲିଚାଲି ନିଜ ରାଜ୍ୟ ଛତିଶଗଡ଼କୁ ଯିବାକୁ ନିଷ୍ପତି ନେଇଥିଲେ । ରାତିରେ ସେମାନେ ମହାରାଷ୍ଟ୍ରର ଔରାଙ୍ଗାବାଦ ଜିଲ୍ଲାରୁ ଯାତ୍ରା ଆରମ୍ଭ କରିଥିଲେ। ଆଜି ଭୋର୍ ସମୟରେ ରେଳ ଧାରଣା ଉପରେ ଚାଲୁଥିବା ବେଳେ ହଠାତ୍ ଏକ ମାଲ୍‌ବାହୀ ଟ୍ରେନ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ୧୪ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ, ଶ୍ରମିକମାନେ ଦୀର୍ଘ ସମୟ ଧରି ଚାଲିବା ପରେ ରେଲ ଧାରଣା ଉପରେ ଶୋଇ ପଡ଼ିଥିଲେ । ଯାହା ଫଳରେ ଏହି ଅଘଟଣ ଘଟିଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
https://onakhabar.com/2020/05/07/gas-leak-at-visakhapattnam-chemical-plant-8-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking