26.1 C
Bhubaneswar
Friday, March 29, 2024
Homeଓଡିଶାଧାନବସ୍ତା ପଡ଼ି ଚାଲିଗଲା ମା’ଝିଅଙ୍କ ଜୀବନ, ବାପା ଗୁରୁତର

ଧାନବସ୍ତା ପଡ଼ି ଚାଲିଗଲା ମା’ଝିଅଙ୍କ ଜୀବନ, ବାପା ଗୁରୁତର

ବ୍ରହ୍ମଗିରି : ଘରେ ଥାକ ମରାଯାଇ ରଖାଯାଇଥିବା ଧାନବସ୍ତା ପଡି ମା’ ଓ ଝିଅ ମୃତ୍ୟୁବରଣ କରିଥିବା ବେଳେ ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଖଜୁରିଆ ନିକଟ ହୋବାସାହି ଗାଁ’ରେ ଘରେ ଶୋଇଥିବା ବେଳେ ଧାନ ବସ୍ତା ପଡି ମାଆ, ଝିଅ ମୃତ୍ୟୁବରଣ କରିଥିବା ବେଳେ ବାପା ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଥାକ ମରାଯାଇ ରଖାଯାଇଥିବା ଧାନ ବସ୍ତା ଘରେ ଏମାନେ ଶୋଇଥିଲେ। ହଠାତ୍ ଧାନ ବସ୍ତା ଖସି ପଡିବାରୁ ମାଆ ଓ ୧୨ ବର୍ଷର ଝିଅ ଧାନବସ୍ତା ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ‌ବେଳେ ବାପା ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।
https://onakhabar.com/2020/05/07/rourkela-lockdown-news-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking