35.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଜାନୂଆରୀ ୨୬ରେ ହେବ ଟ୍ରାକ୍ଟର ପରେଡ

ଜାନୂଆରୀ ୨୬ରେ ହେବ ଟ୍ରାକ୍ଟର ପରେଡ

ନୂଆଦିଲ୍ଲୀ : ଦିର୍ଘ ୩୬ ଦିନ ଧରି ୩ଟି କୃଷି ବିଲ ପ୍ରତ୍ୟାହାର ଦାବି ନେଇ କୃଷକ ମାନେ ଆନ୍ଦୋଳନ କରୁଛନ୍ତି । ପ୍ରତିଦିନ ଆଲୋଚନା ପରେ ଆଲୋଚନା ଚାଲିଥିଲେ ମଧ୍ୟ କୌଣସି ସମାଧାନ ମିଳିପାରିନାହିଁ । ତେବେ ଆସନ୍ତା ୪ ତାରିଖରେ ମଧ୍ୟ କେନ୍ଦ୍ର ସରକାରଙ୍କ ସହ ଚାଷୀ ସଗଂଠନର ଆଲୋଚନା କରାଯିବ । ତେବେ ଯଦି ସରକାର ଏହି କୃଷି ବିଲକୁ ପ୍ରତ୍ୟାହାର ନକରନ୍ତି ତେବେ ଜାନୂଆରୀ ୨୬ରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ବିକ୍ଷୋଭ କରାଯିବ ବୋଲି ନିଷ୍ପତି ନିଆଯାଇଛି ।
ତେବେ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ କରାଯିବ । ଏହାନେଇ ଚାଷୀ ସଗଂଠନ ଆହ୍ୱାନ ଦେଇଛନ୍ତି । ଏଥିପାଇଁ ଜାନୁଆରି ୬ ତାରିଖରୁ ରିହରସେଲ ଆରମ୍ଭ ହେବ । ଆସନ୍ତାଗାଲି ହେବାକୁ ଥିବା ଆଲୋଚନା ଯଦି ବିଫଳ ହୁଏ ତେବେ ଏଭଳି ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଛି । ତେବେ ଏହି ଆନ୍ଦୋଳନକୁ ଶାନ୍ତିପୁର୍ଣ୍ଣ ଭାବରେ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking