32.1 C
Bhubaneswar
Friday, April 26, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଚାକିରୀ କ୍ଷେତ୍ରରେ ଶୃଙ୍ଖଳା ଦେଖାଦେବ । ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ସୁସମ୍ବାଦ ପାଇ ଖୁସି ହେବେ । ବେକାରୀଙ୍କ ପାଇଁ ଅର୍ଥ ଉପାର୍ଜନର ସୁଯୋଗ ଆସିବ ।

ବୃଷ : ଆଜି ଠାକୁର ପୂଜାରେ ଅଧିକ ସମୟ ଦେବେ । ସ୍ତ୍ରୀ ଓ ସନ୍ତାନ ବର୍ଗ ଆପଣଙ୍କ ଠାରୁ ସୁଖ ଶାନ୍ତି ଆଶା କରିବେ । ଚାକିରୀରେ କର୍ତୃପକ୍ଷଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ । କାର୍ଯ୍ୟାଳୟରେ ଅବ୍ୟବସ୍ଥା ଦୂର କରିବା ପାଇଁ ଚେଷ୍ଟା କରିବେ ।

ମିଥୁନ : ରାଜନୀତିରେ ମାନସମ୍ମାନ ପାଇପାରନ୍ତି । ମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ମାଧ୍ୟମରେ ଆଶା ପୂରଣ ହେବ । ଜୀବନରେ ଶାନ୍ତି ଆସିବା ପାଇଁ ବହୁତ ଚେଷ୍ଟା କରିପାରନ୍ତି । କେତେକ ସମ୍ପର୍କରେ ସରସତା ବଢ଼ିପାରେ ।

କର୍କଟ : ଆଜି ବ୍ୟବସାୟରେ ଆଶାଦିତ ଲାଭ ପାଇବେ । ଆର୍ଥିକ ସ୍ଥିତିି ସ୍ୱଚ୍ଛଳ ରହିବ । ଶୁଭ ଖବର ପାଇ ଖୁସି ରହିବେ । ପୁରୁଣା ବନ୍ଧୁଙ୍କ ସହିତ ସମ୍ପର୍କ ମଜବୁତ ହେବ । ସୁଆଦିଆ ଖାଦ୍ୟ ଭୋଜନ କରିବେ ।

ସିଂହ : ଆଜି ପରିଶ୍ରମର ଫଳ ସନ୍ତୋଷଜନକ ହେବ । ବନ୍ଧୁବର୍ଗ ବହୁତ ସହାୟକ କରିବେ । ଶତ୍ରୁଙ୍କୁ ପରାସ୍ତ କରିବେ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ବିଜୟୀ ହେବେ ।

କନ୍ୟା : ଚାକିରୀ ବୃତିରେ ଶୃଙ୍ଖଳା ଦେଖାଦେବ । ସେୟାର ବଜାରରୁ ଲାଭ କମ ମିଳିପାରେ । ବନ୍ଧୁ ତଥା ପ୍ରିୟଜନ ଆପଣଙ୍କୁ ହାତ ବଢ଼ାଇବେ । ମହିଳାମାନେ ଅନ୍ୟଦ୍ୱାରା ସାହାଯ୍ୟ ପାଇବେ ।

ତୁଳା : ଆଜିର ଦିନଟି କାର୍ଯ୍ୟରେ ବ୍ୟସ୍ତ ରହିବେ । ବନ୍ଧୁ ମତାନ୍ତର ଘଟିପାରେ । ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ ।

ବିଛା : ଦିନ ସାରା ଆଜି ଆପଣ ବେପାର ବୃତିରେ ବେଶି ଲାଭ ପାଇବେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ପ୍ରେମ ସମ୍ପର୍କରେ ଆଜିର ଦିନଟି ଶୁଭ । ବହୁତ ଦିନର ଆଶା ପୂରଣ ହେବ ।

ଧନୁ : ଆଜି ନୂଆ ଚାକିରୀ ପାଇଁ ଆବେଦନ କରିବେ । ଗୃହ ଉପକରଣ କରିବା ପାଇଁ ସହରକୁ ଯାଇପାରନ୍ତି । ଭାଗିଦାରି କାରବାରରୁ ଲାଭ କମ ମିଳିପାରେ । ବନ୍ଧୁଙ୍କ ଶତ୍ରୁତାର ଶୀକାର ହୋଇପାରନ୍ତି । ବିଦ୍ୟାର୍ଥୀମାନେ ଉଚ୍ଚ ଆଶା ନେଇ ପାଠ ପଢ଼ିବେ ।

ମକର : ସାମାଜିକ କାର୍ଯ୍ୟରେ ସମୟ ଦେବେ । ବନ୍ଧୁ ଭାବେ କାହାରିକୁ ଗ୍ରହଣ କରିପାରନ୍ତି । ଧନ ଲାଭ ହେବ । ପାରିବାରିକ ଜୀବନ ସୁଖ ମୟ ହେବ । ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ । ପ୍ରେମ ସମ୍ପର୍କରେ ସରସତା ଆସିବ ।

କୁମ୍ଭ : ବ୍ୟବହାରେ ସଂସ୍କାର ଆଣିବେ । ବାହାର କାମରେ ଗଲାବେଳେ ଜିନିଷ ପତ୍ର ସାବଧାନରେ ସହ ନିଅନ୍ତୁ । ପାରିବାରିକ ସମସ୍ୟା ଦେଖାଦେବ । ପଡ଼ୋଶୀଙ୍କ ପ୍ରବେଶକୁ ସମ୍ମାନ ଦିଅନ୍ତୁ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ରାଜନୀତିରେ ସକ୍ରିୟ ରହିବେ ।

ମୀନ : ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ । ତରବରିଆ ଭାବେ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଅସୁବିଧାର ସମ୍ମୁଖିନ ହେବେ । ଶତ୍ରୁଙ୍କ ପାଖରୁ ସାବଧାନ ରୁହନ୍ତୁ । ବଡ଼ ସହରକୁ ଯାତ୍ରା କରିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking