34.1 C
Bhubaneswar
Friday, March 29, 2024
Homeଓଡିଶାଇଣ୍ଡିଆ ଟୁଡେ ସର୍ଭେ : ଲୋକପ୍ରିୟତାରେ ନବୀନ ପୁଣି ନଂ- ୧

ଇଣ୍ଡିଆ ଟୁଡେ ସର୍ଭେ : ଲୋକପ୍ରିୟତାରେ ନବୀନ ପୁଣି ନଂ- ୧

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦେଶରେ ନମ୍ବର-୧ ହୋଇଛନ୍ତି । ଲୋକପ୍ରିୟତାରେ ସେ ୭୧.୧ ପ୍ରତିଶତ ପାଇ ଶୀର୍ଷରେ ଅଛନ୍ତି । ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ସର୍ଭେରେ ଏହି ତଥ୍ୟ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ବିଭିନ୍ନ ରାଜ୍ୟରେ ବିକାଶ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନକୁ ପାଥେୟ କରି ଏହି ସର୍ଭେ କରାଯାଇଛି । ଉକ୍ତ ସର୍ଭେରେ ସ୍ଥିର ଶାସନ, ସୁଶାସନ,ନାରୀ ସଶକ୍ତିକରଣ, ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି, ବିପର୍ଯ୍ୟୟ ମୁକାବିଲା, କୋଭିଡ ପରିଚାଳନା ଏବଂ ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଓଡ଼ିଶା ଗଠନରେ ନବୀନ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି । ଜନକଲ୍ୟାଣ ଯୋଜନା ଓ ଲୋକାଭିମୁଖୀ ଶାସନରରେ ବି ସେ ରୋଲ୍ ମଡେଲ ପାଲଟିଛନ୍ତି । ନବୀନଙ୍କ ଏହି ସଫଳତାକୁ ଢେର ପ୍ରଶଂସା କରାଯାଇଛି । ସର୍ଭେରେ ନବୀନ ଲୋକପ୍ରିୟତାରେ ୭୧.୧ ପ୍ରତିଶତ ପାଇ ଶୀର୍ଷରେ ଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୬୯.୯ ପ୍ରତିଶତ ଦ୍ୱିତୀୟରେ ରହିଛନ୍ତି । ତୃତୀୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ୬୭.୫% ଲୋକ ପସନ୍ଦ କରିଥିବା ବେଳେ ଚତୁର୍ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ୬୧.୫ %, ପଞ୍ଚମରେ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କୁ ୬୧.୧%, ଷଷ୍ଠରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୫୭%, ସପ୍ତମରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କୁ ୫୬.୬%, ଅଷ୍ଟମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ୫୧.୪% ଓ ନବମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ୪୪.୯% ଲୋକ ପସନ୍ଦ କରୁଥିବା ଦର୍ଶାଯାଇଛି । କୋଭିଡ ପରିଚାଳନାରେ ଓଡ଼ିଶା ଅନ୍ୟ ରାଜ୍ୟକୁ ପଛରେ ପକାଇ ନମ୍ବର ୧ ହୋଇଛି । ଓଡ଼ିଶାକୁ ୭୬.୭ ପ୍ରତିଶତ ଲୋକ ସମର୍ଥନ ସମର୍ଥନ କରିଥିଲା ବେଳେ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି । ହେଲେ ତୃତୀୟରେ ଆସାମ, ଚତୁର୍ଥରେ ତାମିଲନାଡୁ ଓ ପଞ୍ଚମରେ ମହାରାଷ୍ଟ୍ର ରହିଛି । ତ୍ରିସ୍ତରୀୟ ନିର୍ବାଚନ ବେଳେ ‘ଇଣ୍ଡିଆ ଟୁଡେ\’ର ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଥିବାରୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ଶାସକ ବିଜେଡି ନେତା ଓ କର୍ମୀମାନେ ବେଶ ଉତ୍ସାହିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking