29.1 C
Bhubaneswar
Saturday, April 27, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ: ଦୂରଯାତ୍ରାର ସୁଯୋଗ ମିଳିବ । ଧନପ୍ରୀୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ପାରଦର୍ଶୀତା ହେବା ଆଶାକରାଯାଏ । ଚଞ୍ଚଳ ପ୍ରକୃତିର ହେବେ ।

ବୃଷ: ଭାତୃ ବିବାଦ ଅବସାନ ଘଟିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶୁଭ ଖବର ମିଳିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ ।

ମିଥୁନ: ସୁଖ ସମ୍ମାନ ଲାଭ କରିପାରନ୍ତି । ଜନ ସମର୍ଥନ ପାଇ ଖୁସି ହେବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସରକାରୀସ୍ତରରୁ ଅର୍ଥପ୍ରାପ୍ତୀର ସୂଚନା ମିଳୁଛି । ସତକର୍ମରେ ନିୟୋଜିତ ହେବେ ।

କର୍କଟ: ଷଡ଼ଯନ୍ତ୍ରରୁ ଅଳ୍ପକେ ଉଧୁରିଯିବେ । ଜନ ସମ୍ପର୍କ ଅତୁଟ ରହିବ । ମଧ୍ୟମ ଧରଣର ଶୁଭଫଳ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତିଯୋଗିତାରେ ବିଜୟୀ ହେବେ । ଜନୈକ ମହିଳାଙ୍କ ଦ୍ୱାରା ଉପକୃତ ହେବେ ।

ସିଂହ: ଆଳସ୍ୟ ଅନୁଭବ କରିପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ସ୍ୱାଭିମାନୀ ହେବେ। ଅଯଥା ସମସ୍ୟା ସୃଷ୍ଟି ହୋଇପାରେ । ଚନ୍ଦ୍ରଭୋଗ ହେଉଥିବାରୁ ଖୁବ ସତର୍କତାର ସହ ଚଳିବାକୁ ପଡ଼ିବ ।

କନ୍ୟା: ଦୂର ବନ୍ଧୁଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତି ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ସତସଙ୍ଗୀ ହେବେ । ସତ୍ୟଧର୍ମ ପାଳନ କରିବେ । ଜ୍ଞାନଗାରିମାଯୁକ୍ତ ହେବେ । ପ୍ରଶଂସିତ ହେବାର ଯୋଗ ଅଛି ।

ତୁଳା: ଅନ୍ୟ ପ୍ରରୋଚନାରେ ପଡ଼ିପାରନ୍ତି । ଆତ୍ମଗର୍ବ ଦେଖାଇପାରନ୍ତି । ପାରିବାରିକ ସୁଖ ମିଳିବ । ଶୁଦ୍ଧଭାଷୀ ହୋଇପାରନ୍ତି । ଧନଶାଳୀ ହେବେ । ପୁତ୍ର ସନ୍ତାନ ଲାଭ ହୋଇପାରେ ।

ବିଛା: ଧୈର୍ଯ୍ୟର ସହ କାର୍ଯ୍ୟ କରି ପୁରସ୍କୃତ ହେବେ । ମନରେ ଉଦବେଗ ଜାତ ହୋଇପାରେ । ଶାସ୍ତ୍ରଜ୍ଞ ହୋଇପାରନ୍ତି । ରାଜବଂଶ ପୂଜିତ ହୋଇପାରନ୍ତି । ପୁତ୍ରସନ୍ତାନ ଲାଭ କରିପାରନ୍ତି ।

ଧନୁ: ଆଜିର କାର୍ଯ୍ୟକୁ କାଲି କରିବାକୁ ମନସ୍ଥ କରିପାରନ୍ତି । ଚନ୍ଦ୍ରଭୋଗ ହେତୁ ସାମୟିକ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଦୂର ଯାତ୍ରା ଭୋଗ ଅଛି ।

ମକର: ହଜିଥିବା ଦ୍ରବ୍ୟ ଖୋଜିଲେ ପାଇବେ । ସାଧନାରେ ସିଦ୍ଧପ୍ରାପ୍ତି ହେବେ । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । ବହୁ ଶୁଭଫଳ ଆଶାକରାଯାଏ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି ।

କୁମ୍ଭ: ପରିଶ୍ରମ କରି କାର୍ଯ୍ୟକୁ ଆଗେଇ ନେବେ । ଯଶସ୍ୱୀ ହେବେ । ତ୍ୟାଗପୂତ ମନୋବୃତି ଗ୍ରହଣ କରିବେ । ନୀତିଜ୍ଞ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ଚଞ୍ଚଳମନ ହୋଇପାରନ୍ତି ।

ମୀନ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ରୋଜଗାର ଯଥେଷ୍ଟ ପରିମାଣର ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସରକାରୀ ଓକିଲ ସହାୟତାରୁ ଲାଭବାନ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking