28.1 C
Bhubaneswar
Saturday, April 27, 2024
Homeଓଡିଶାକୃଷକଙ୍କ ଚକାଜାମ୍ ଆନ୍ଦୋଳନ ଆଜି

କୃଷକଙ୍କ ଚକାଜାମ୍ ଆନ୍ଦୋଳନ ଆଜି

ନୂଆଦିଲ୍ଲୀ : ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ଅଡି ବସିଥିବା କୃଷକ ମାନେ ଆଜି ଦେଶ ବ୍ୟାପି ଚକାଜାମ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛନ୍ତି । ତେବେ ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବ ବୋଲି କୃଷକ ନେତାଙ୍କ ପକ୍ଷରୁ କୁହାଯାଇଛି । ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି, ଦିଲ୍ଲୀ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଆମେ ରାସ୍ତା ଅବରୋଧ କରିବୁ ନାହିଁ କାରଣ ସେଠାରେ କିଛି ଲୋକ ହିଂସାକାଣ୍ଡ ସୃଷ୍ଟି କରିବା ମସୁଧାରେ ରହିଛନ୍ତି । ଏହାର ପ୍ରମାଣ ଆମ ପାଖରେ ରହିଛି ବୋଲି ଟିକାୟତ କହିଛନ୍ତି । ଆନ୍ଦୋଳନକୁ ସମର୍ଥନ କରୁଥିବା ଚାଷୀମାନେ ନିଜ ଅଞ୍ଚଳରେ ଚକାଜାମ୍ ଆନ୍ଦୋଳନରେ ସାମିଲ ହେବେ ।

ଏହି ଚକାଜାମ୍ ଆନ୍ଦୋଳନ ମଧ୍ୟାହ୍ଣ ୧୨ଟାରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିବ । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଗୁଡିକରେ ଚକାଜାମ୍ କରାଯିବ ବୋଲି କୃଷକ ସଂଗଠନ ସୂତ୍ରରୁ ଜଣାପଡିଛି । କୃଷକଙ୍କ ଚକାଜାମ୍ ଡାକରା ପରିପ୍ରେକ୍ଷୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳରେ ୩୧ କମ୍ପାନୀ ସିଆର୍‌ପିଏଫ୍ ଯବାନ ମୁତୟନ କରାଯାଇଛି । ଦିଲ୍ଲୀରେ ମୁତୟନ ହୋଇଥିବା ସିଆର୍‌ପିଏଫ୍‌ର ସମସ୍ତ ୟୁନିଟ୍‌କୁ ସେମାନଙ୍କ ବସରେ ତାର ଜାଲି ଲଗାଇବାକୁ କୁହାଯାଇଛି । ହରିୟାଣାର ପୁଲିସ ମହାନିର୍ଦ୍ଦେଶକ ମନୋଜ ଯାଦବ କହିଛନ୍ତି, ରାଜ୍ୟ ପୁଲିସ ବାହିନୀ ପକ୍ଷରୁ ବିହିତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଲ୍ଲେଖଯୋଗ୍ୟ ଗତ ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିରେ ବ୍ୟାପକ ହିଂସାକାଣ୍ଡ ଘଟିବାରୁ ଏଥର ଚକାଜାମ୍ ଆନ୍ଦୋଳକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking