28.1 C
Bhubaneswar
Saturday, April 27, 2024
Homeଲାଇଫ୍ ଷ୍ଟାଇଲ୍ଘରୋଇ ଉପଚାରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରନ୍ତୁ...

ଘରୋଇ ଉପଚାରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରନ୍ତୁ…

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଛି । ଏହି ପରିସ୍ଥିତିରେ କୁହାଯାଉଛି ଯେ, ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିଲେ କରୋନାରେ ଆକ୍ରାନ୍ତ ହୋଇପାରିବାନି । ଏବେ କରୋନା ସଂକ୍ରମଣ ସମୟରେ ଆମେ ସମସ୍ତେ ଉଣା ଅଧିକେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚାହୁଁଛୁ। ତେବେ ଆସନ୍ତୁ ଜାଣିବା ଏଥିଲାଗି କେଉଁ ମସଲାକୁ ନିଶ୍ଚିତ ରୂପେ ଖାଦ୍ୟରେ ସାମିଲ କରିବା ଉଚିତ ଓ ଏହାର କି ଲାଭ ରହିଛି ।

ହଳଦୀ: ଖାଦ୍ୟରେ ହଳଦୀର ପ୍ରୟୋଗ କରିଲେ, ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । ହଳଦୀ କାଛୁ କୁଣ୍ଡିଆ ଓ କ୍ଷତର ଭରଣା ମଧ୍ୟ କରିଥାଏ ।

ଜିରା: ଜିରା ହଜମ କ୍ରିୟାରେ ସହାୟତା କରୁଥିବା ସବୁଠୁଁ ଭଲ ମସଲା । ବିଶେଷ କରି ବାନ୍ତି ପାଇଁ ଏହା ମହୌଷଧି । ଜିରାକୁ ଫୁଟଣରେ ବ୍ୟବହାର କରାଯାଇଥାଏ, ଗରମ ମସଲା ହେଉ କି ସୋରିଷ ମସଲା ସବୁଥିରେ ସାମିଲ୍‌ କରାଯାଇଥାଏ । ଜିରାକୁ ପାଣିରେ ଫୁଟାଇ ପିଇଲେ ବି କୋଷ୍ଠ କାଠିନ୍ୟତାର ଦୂର ହୋଇଯାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।

ଜୁଆଣି: ଯଦି ବଦହଜମୀର ଶିକାର ହୋଇଛନ୍ତି , ଅଧିକ ଏସିଡିଟି ହୋଇଛି, ତେବେ, ଜୁଆଣି ଏହା ପାଇଁ ମହୌଷଧି । ପାଣିରେ ଜୁଆଣି ପକାଇ ଫୁଟାଇ ତାକୁ ଥଣ୍ଡା କରି ପିଇଲେ ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ରହିବ ନାହିଁ ।

ଅଦା: ଅଦା ପେଟ ପାଇଁ ଅତ୍ୟନ୍ତ ଲାଭପ୍ରଦ । ଏହା ଗ୍ୟାସଷ୍ଟ୍ରିକ୍‌ , ବଦହଜମି ଓ କ୍ଲଟିଂ ଭଳି ସମସ୍ୟାରୁ ରକ୍ଷା କରଥାଏ । ଅଦା ଥଣ୍ଡାକାଶ ଦୂର କରିବାରେ ସହାୟକ ହୋଇଥାଏ । ଅଦା ମିଶା ଚା’ ପିଇଲେ ଖାଦ୍ୟ ସହଜରେ ହଜମ ହୋଇଥାଏ । ଅଦା ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking