କ’ଣ ପାଇଁ ବଢିଥାଏ ଓଜନ

ଭୁବନେଶ୍ୱର : ଆଜିକାଲିର ଯୁଗରେ ଗୋଟିଏ ପଟେ ସମସ୍ତେ ଫିଟ ରହିବାକୁ ମନ ବଳାଉଥିବା ବେଳେ ଆଉ କିଛି ଏମିତି ବି ଅଛନ୍ତି ଯିଏ, ମନଇଚ୍ଛା ସବୁ ଖାଆନ୍ତି । ଶେଷରେ ମେଦବହୁଳତା କାରଣରୁ ଏବଂ ଓଜନ ବଢିବା କାରଣରୁ ଅନେକ ରୋଗର ଶିକାର ହୋଇଥାଆନ୍ତି । ବିଶେଷ ଭାବରେ ଯୁବପିଢୀ ଫିଟ ପାଇଁ ବହୁତ କିଛି କରୁଛନ୍ତି । ଡାଏଟରେ ରହିବା ସହ ଜିମ୍ ମଧ୍ୟ ଯାଉଛନ୍ତି । ହେଲେ ସବୁ ପରେ ବି ଓଜନ ନିୟନ୍ତ୍ରଣକୁ ଆସୁନାହିଁ । ତେବେ ଏହା ପଛରେ କଣ କାରଣ ରହିଛି ସେଇଟା ଜାଣିବା ଦରକାର । ପ୍ରତ୍ୟେକ ନିଜ ଉଚ୍ଚତା ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ସେ ବାବଦରେ ଜାଣିରଖିବା ଉଚିତ। ଶରୀରରେ ମେଦ ବୃଦ୍ଧି ହେଲେ ବିଭିନ୍ନ ରୋଗକୁ ନିମନ୍ତ୍ରଣ ମିଳେ । ଓଜନ ବଢ଼ିବାର ଅନ୍ୟତମ ମୁଖ୍ୟ କାରଣମାନ ହେଲା..

– ତେଲମସଲା ଖାଦ୍ୟ ଖାଇବା ପରିବର୍ତ୍ତେ ବରଂ ପ୍ରୋଟିନ୍‌ଯୁକ୍ତ ଭୋଜନ କରିବାକୁ ଗୁରୁତ୍ବ ଦିଅନ୍ତୁ। ନିଜ ଖାଦ୍ୟ ତାଲିକାରେ ସବୁଜ ପନିପରିବା, ଡାଲି ଇତ୍ୟାଦି ସାମିଲ କଲେ ଲାଭ ମିଳେ। ଫାଇବର୍‌ଯୁକ୍ତ ଭୋଜନ କଲେ ଆମ ଓଜନ ନିୟନ୍ତ୍ରଣରେ ରହେ।

– ଶୋଇବାରେ ନିର୍ଦିଷ୍ଟ ସମୟ ରଖନ୍ତୁ । ଅନିଦ୍ରା ହେଲେ ମଧ୍ୟ ଓଜନ ବଢ଼ୁଥିବାର ଅନୁଧ୍ୟାନରୁ ପ୍ରମାଣିତ ହୋଇଛି। ଅନିଦ୍ରା ରହିଲେ ଶରୀରକୁ ବାରମ୍ବାର ଭୋକ ଲାଗେ, ଯାହା କାରଣରୁ ଆମେ ବିିଭିନ୍ନ ପ୍ରକାର ସ୍ନାକ୍ସ ଖାଉ। ଏସବୁ ଖାଇଲେ ହିଁ ଓଜନ ବଢ଼େ ।

– ଅନ୍ୟପାଖେ ବିଳମ୍ବିତ ରାତିରେ ଶୋଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହା କାରଣରୁ ଜଣେ ବ୍ୟକ୍ତିର ଦିନଚର୍ଯ୍ୟା ବାଧାପ୍ରାପ୍ତ ହୋଇଥାଏ । ନିଦ ଠିକ୍ ଭାବେ ନ ହେବା କାରଣରୁ ଆମ ଖାଇବା-ପିଇବାର ସମୟ ପରିବର୍ତ୍ତନ ହୋଇ ଓଜନ ବଢ଼େ।

– ରାତ୍ରିଭୋଜନ ପରେ ବିସ୍କୁଟ୍, କୋଲ୍ଡଡ୍ରିଙ୍କସ୍, ଚକୋଲେଟ୍ କିମ୍ବା ଅନ୍ୟ କୌଣସି ପ୍ୟାକେଟ୍ ଖାଦ୍ୟ ଖାଆନ୍ତୁ ନାହିଁ।

– ରାତ୍ରିଭୋଜନ କରିବାର ତୁରନ୍ତ ପରେ ଶୋଇବା ଉଚିତ୍ ନୁହେଁ । ୨୦-୩୦ ମିନିଟ୍ ଚଲାବୁଲା କରି ଶୋଇବା ଭଲ । ଏଇ ଉପାୟରେ ଆପଣଙ୍କ ଖାଦ୍ୟ ଭଲଭାବେ ହଜମ ହେବା ସହ ଶରୀରରେ ଫ୍ୟାଟ୍ ଜମିନଥାଏ ବୋଲି ବିଶେଷଜ୍ଞଙ୍କ ମତ।

LEAVE A REPLY

Please enter your comment!
Please enter your name here