26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା

ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା

କୋଲାକତା: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇ ଉଠିଛି ପଶ୍ଚିମବଙ୍ଗ। ଘରକୁ ଫେରୁଥିବା ବେଳେ ଜଣେ ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବେଙ୍ଗଲର ଦକ୍ଷିଣ ୨୪ ପ୍ରଗଣାରେ ଏହି ଘଟଣା ଘଟିଛି। ମୃତ ଟିଏମସି କର୍ମୀ ଜଣଙ୍କ ହେଲେ ଗୋସାବାରେ ରହୁଥିବା ମନୋରଞ୍ଜନ ମଣ୍ଡଳ। ମନୋରଞ୍ଜନ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ପଛପଟୁ ଗୁଳିମାଡ଼ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କାନ୍ନିଙ୍ଗ ଟାଉନରେ ଥିବା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏପରି ଗୁଳକାଣ୍ଡର ଗୁରୁତ୍ୱ ବେଶ ଅଧିକ ରହୁଛି। ତେବେ ଏଯାଏ ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡ଼ିନି। ସେହିପରି ପୁଲିସ୍ କାହାକୁ ଗିରଫ ମଧ୍ୟ କରିନାହିଁ। ପୁଲିସ୍ ମଣ୍ଡଳଙ୍କ ମୃତଦେହକୁ ଜବତ କରି କେବଳ ଘଟଣାର ଅଧିକ ତଦନ୍ତ କରାଯାଉଥିବା କହିଛି। ସୂଚନାଯୋଗ୍ୟ, ୨୦୨୩ ମାର୍ଚ୍ଚରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏଥିପାଇଁ ଟିଏମସି ପକ୍ଷରୁ ଦଳର ନେତାମାନଙ୍କୁ ତୃଣମୂଳସ୍ତରରେ ପହଞ୍ଚିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking