30.1 C
Bhubaneswar
Monday, May 20, 2024
Homeସ୍ୱାସ୍ଥ୍ୟଏହି ରୋଗୀମାନେ ଖାଆନ୍ତୁନି ପିଜୁଳୀ, ନଚେତ୍ ହୋଇପାରେ ଏପରି ସମସ୍ୟା

ଏହି ରୋଗୀମାନେ ଖାଆନ୍ତୁନି ପିଜୁଳୀ, ନଚେତ୍ ହୋଇପାରେ ଏପରି ସମସ୍ୟା

ନୂଆଦିଲ୍ଲୀ : ଶୀତଦିନିଆ ଫଳ ପିଜୁଳିକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ବହୁତ କମ୍ ଲୋକ ଥିବେ ଯେଉଁମାନେ ଏହାକୁ ଖାଇବାକୁ ପସନ୍ଦ କରୁନଥିବେ। ସ୍ୱାସ୍ଥ୍ୟ ପାଇଁ ପିଜୁଳିର ଅନେକ ଉପକାର ରହିଛି। ଯେତେବେଳେ ବି କାହାର ପେଟ ଖରାପ ହୁଏ, ସେତେବେଳେ ଘରର ବଡମାନେ ପିଜୁଳି ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ଏହାକୁ ଖାଇବାର ମଧ୍ୟ କ୍ଷତି ରହିଛି। କେତେକ ରୋଗରେ ପିଜୁଳୀକୁ ଆଦୌ ଖାଇବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେଟ୍ଟ
-ଯେଉଁମାନଙ୍କର ପାକସ୍ଥଳୀ ସମସ୍ୟା ଥାଏ ସେମାନେ ଏହାକୁ ଆଦୌ ଖାଇବା ଉଚିତ୍ ନୁହେଁ। ଯଦି ଆପଣ ପିଜୁଳି ଖାଇବା ପରେ ବାନ୍ତି କିମ୍ବା ପେଟ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହାକୁ ଖାଇବା ଠାରୁ ଦୂରେଇ ରୁହନ୍ତୁ।
-ଏଥି ସହିତ, ଯେଉଁମାନେ ଏକ୍ଜିମା ପରି ରୋଗରେ ପୀଡିତ, ସେମାନେ ମଧ୍ୟ ଏହାକୁ ଖାଇବା ଅନୁଚିତ୍। ଏହା ଦ୍ୱାରା ଚର୍ମ ପୋଡିବା ଅନୁଭବ ହୋଇଥାଏ।
-ଯେଉଁମାନେ କୌଣସି ପ୍ରକାର ଅସ୍ତ୍ରୋପଚାର କରିବାକୁ ଯାଉଛନ୍ତି, ସେମାନେ ପିଜୁଳିକୁ ଦୁଇ ସପ୍ତାହ ପୂର୍ବରୁ ଖାଇବା ବନ୍ଦ କରିବା ଉଚିତ୍। ଏହା ରକ୍ତ ସଞ୍ଚାଳନରେ ସମସ୍ୟା ସୃଷ୍ଟି କରିପାରେ।
-ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ମଧ୍ୟ ପିଜୁଳି ଖାଇବା ଉଚିତ୍ ନୁହେଁ । ଯେଉଁମାନଙ୍କର ଥଣ୍ଡା କାଶ ଅଛି ସେମାନେ ମଧ୍ୟ ପୁଜୁଳି ଖାଇବା ଉଚିତ୍ ନୁହେଁ।
-ସୁଗାର ରୋଗୀମାନେ ମଧ୍ୟ ଏହାକୁ ଖାଇବା ଉଚିତ୍ ନୁହେଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking