31.1 C
Bhubaneswar
Sunday, May 19, 2024
Homeଓଡିଶାମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଦଳ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଦଳ

ଭୁବନେଶ୍ବର: ଅପରାଧୀକ କାର୍ଯ୍ୟରେ ଲିପ୍ତ ଥିବା ଗୁଣ୍ଡା ଏବଂ କ୍ରିମିନାଲଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେପି। ଅପହରଣ ନାଟକ ରଚିଥିବା ଦିଲ୍ଲୀପ କୁମାର ସେନାପତି ଜଣେ ଅଭ୍ୟସଗତ ଅପରାଧୀ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଫେରାଦ ହୋଇଛି। ସୁନ୍ଦରଗଡ଼ରୁ ଦିଲିପ କୁମାର ସେନାପତି ଭଳି ଜଣେ କ୍ରିମିନାଲକୁ ବିଜେପି ଆଣି ପଦ୍ମପୁରରେ ବ୍ୟବହାର କରୁଛି। ୫ଦିନି ହେଲାଣି ଛତିଶଗଡ଼ରୁ ଗୁଣ୍ଡା ଆଣି ଝାରବନ୍ଧରେ ପଇସା ବାଣ୍ଟୁଛି ବିଜେପି। ଗତକାଲି ଦୁଇ ଜଣ ବିଜେଡି କର୍ମୀଙ୍କୁ ଦିଲୀପ ଧମକ ଦେଇଥିଲେ। ଏପରିକି ପ୍ରଦାପି ଦିଶାରୀଙ୍କ ନାଁରେ ମିଥ୍ୟା ମାମଲା ଦେଇଥିଲା ବିଜେପି। ଆଜି ଶତ ସାମ୍ନାକୁ ଆସିବା ପରେ ବିଜେପି ଚୁପ ରହିଛି। ସୁନ୍ଦରଗଡ଼ରୁ ଆସିଥିବା କ୍ରିମିନାଲକୁ ତୁରନ୍ତ ତଡିପାର କରିବା ପାଇଁ ଦାବି କରିଛି ବିଜେଡି। ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଫେରାଦ ହେଲା ବିଜେଡି । ପଦମପୁରରେ ଜିଏସଟି ରେଡ୍ ବେଳେ ବିଜେପିର ହିଂସାକାଣ୍ଡକୁ ବିଜେଡିର ନିନ୍ଦା । ନିର୍ବାଚନମଣ୍ଡଳୀରୁ ତିନି ବିଜେପି ନେତାଙ୍କୁ ତଡ଼ିପାର ପାଇଁ ବିଜେଡି ଦାବି କରିଛି । ଠାକୁର ରଞ୍ଜିତ ଦାସ, ପିଙ୍କି ପ୍ରାଧାନଙ୍କୁ ପ୍ରଚାରରୁ ବାଦ୍ କରିବାକୁ ଦାବି କରାଯାଇଛି । କାଳନ୍ଦୀ ସାମଲଙ୍କୁ ମଧ୍ୟ କ୍ୟାମ୍ପେନରୁ ବାଦ୍ ଦେବାକୁ ଦାବି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଫେରାଦ ହୋଇଛି ବିଜେଡି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking