29.1 C
Bhubaneswar
Sunday, May 5, 2024
Homeଓଡିଶାତିବ୍ଦତୀୟଙ୍କୁ ଦ୍ୱିତୀୟ ଡୋଜ୍ କୋଭିଡ ଟିକା ଦିଆଯାଉ

ତିବ୍ଦତୀୟଙ୍କୁ ଦ୍ୱିତୀୟ ଡୋଜ୍ କୋଭିଡ ଟିକା ଦିଆଯାଉ

ଭୁବନେଶ୍ୱର : ରାଜ୍ୟରେ ବାସ କରୁଥିବା ତିବ୍ଦତୀୟଙ୍କୁ ମଧ୍ୟ ଦିଆଯିବ ଦ୍ୱିତୀୟ ଡୋଜ୍ କୋଭିଡ ଟିକା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମହାମାରୀ କୋରୋନା ବିରୋଧରେ ସଂଗ୍ରାମ ବିଜୟୀ ହେବାକୁ ଦେଶରେ ପ୍ରତ୍ୟେକଙ୍କୁ କୋଭିଡ ଟିକା ନେବାକୁ ପରାମର୍ଶ ଦେଉଛନ୍ତି ଉଭୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବାସ କରୁଥିବା ତିବ୍ଦତୀୟଙ୍କୁ ମଧ୍ୟ ଟିକାକରଣରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟରେ ବାସ କରୁଥିବା ତିବ୍ଦତୀୟ ସମ୍ପ୍ରଦାୟର ଅନେକ ବ୍ୟକ୍ତି ସେମାନଙ୍କର ପ୍ରଥମ ଡୋଜ୍ ଟିକା ପାଇଛନ୍ତି । ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କରାଯାଇ ନାହିଁ । ବର୍ତ୍ତମାନ ଜିଲ୍ଲା ଏବଂ ବ୍ଲକ୍ ଓ ମ୍ୟୁନିସିପାଲ ସ୍ତରରେ ଥିବା ତିବ୍ଦତୀୟ ସମ୍ପ୍ରଦାୟ ଲୋକଙ୍କ ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ଗାଇଡ୍‌ଲାଇନ୍ ଅନୁଯାୟୀ ଠିକ୍ ଭାବରେ ଦ୍ୱିତୀୟ ଡୋଜ୍ ଟିକାକରଣ ନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking