37.1 C
Bhubaneswar
Saturday, May 18, 2024
Homeଓଡିଶାପ୍ରକଳ୍ପ ସ୍ଥାପନ ଦିନରୁ ଅଚଳ

ପ୍ରକଳ୍ପ ସ୍ଥାପନ ଦିନରୁ ଅଚଳ

ଢେଙ୍କାନାଳ : ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିଲା ଉଠାଜଳ ସେଚନ ପ୍ରକଳ୍ପ । ମାତ୍ର ଦୁଃଖର ବିଷୟ ତାହା କିନ୍ତୁ କାମରେ ଲାଗୁ ନାହିଁ । ଚଳିତ ବର୍ଷ ଚାଷ କାର୍ଯ୍ୟ ଆରମ୍ବରୁ ଜମି ଫାଟି ଆଁ କଲାଣି । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଜିରାଳ ଦାନପଶି ଅଚଂଳରେ । ମିଳିଥିବା ସୁଚନା ମୁତାବକ, ୨୦୧୭ ମସିହାରେ ପ୍ରଶାସନ ତରଫରୁ ଚାଷଜମି ନିକଟରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଉଠା ଜଳସେଚନ ପ୍ରକଳ୍ପ । କିନ୍ତୁ ସେହି ପ୍ରକଳ୍ପଟି ଗୋଟିଏ ମାସ ବି ଠିକ୍ ଚାଲିନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ସେହି ପ୍ରକଳ୍ପ କାମ ନିମ୍ନମାନର ହେବା ସହ ସଠିକ୍ ଭାବେ ପାଇପ ଯୋଗାଣ ହୋଇନଥିବ କହିଛନ୍ତି ।

ଚଳିତ ବର୍ଷ ଆରମ୍ଭରୁ ବର୍ଷା କମ୍ ହୋଇଥିବା ହେତୁ ପ୍ରକଳ୍ପ ଜଳ ଉଭରେ ନିର୍ଭର ହୋଇଛନ୍ତି ଚାଷୀ । ଧରା ଶ୍ରାବଣ ମାସରେ ଅଧିକା ବର୍ଷା ହେବା କଥା । ଚଳିତ ବର୍ଷ ବିଗତ ବର୍ଷ ମାନଙ୍କ ଅପେକ୍ଷା କମ୍ ବର୍ଷା ହୋଇଥିବାରୁ ଜମି ଫାଟି ଆଁ କଲାଣି । ଯଦି ଏହି ପ୍ରକଳ୍ପଟି କାମ କରୁଥାନ୍ତା ତାହା ହେଲେ ଆସନ୍ନ ମରୁଡିରୁ ବଂଚି ପାରିଥାନ୍ତେ । ପ୍ରକଳ୍ପଟିର ତଦନ୍ତରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ବିହିତ ପଦକ୍ଷେପ ନେବା ନେଇ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking