28.1 C
Bhubaneswar
Monday, May 27, 2024
Homeଓଡିଶାଅଟୋରୁ ମହିଳାଙ୍କୁ ଫିଙ୍ଗି ଖସିଗଲେ ଦୁର୍ବୃତ୍ତ

ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସିଗଲେ ଦୁର୍ବୃତ୍ତ

ମୟୂରଭଞ୍ଜ : ଅଟୋରୁ ମହିଳାଙ୍କୁ ଫିଙ୍ଗି ଖସି ପଳାଇଲେ ଦୁର୍ବୃତ୍ତ। ଏଭଳି ଏକ ଆଭାବନିୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବାଘୁଆଶୋଳ ନିକଟରେ । ତେବେ ମୋରଡ଼ା-ବାରିପଦା ମୁଖ୍ୟ ରାସ୍ତାର ବାଘୁଆଶୋଳ ପରେ ରହିଛି ବୁଦୁବୁଦିଆ ଜଙ୍ଗଲ। ଏହି ଜଙ୍ଗଲ ରାସ୍ତା ପାର୍ଶ୍ଵରେ ଅଟୋରୁ ମହିଳାଙ୍କୁ ଫିଙ୍ଗି ଅଟୋନେଇ ଖସି ପଳାଇଲେ ଦୁର୍ବୃତ୍ତ। କିଛି ଦୂରରେ ଥିବା ଗୋରୁ ଜଗୁଆଳମାନେ ଦେଖି ଘଟଣା କଣ ଦେଖିବା ପାଇଁ ପହଞ୍ଚିଥିଲେ ଘଟଣାସ୍ଥଳରେ।

ଗୁରୁତର ଅବସ୍ଥାରେ ତଳେ ପଡି ଛାଟିପିଟି ହେଉଥିଲେ ଅସହାୟ ମହିଳା। ପରେ ଘଟଣା ସମ୍ପର୍କରେ ସଦର ଥାନା ବାରିପଦା ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକମାନେ। ଖବରପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ମହିଳାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା ବେଳେ ଏପର୍ଯ୍ୟନ୍ତ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ କି ଘଟଣାର କାରଣ ଜଣାପଡି ନାହିଁ। ତେବେ ଏନେଇ ଅଧିକ ତଦନ୍ତଜାରୀ ରଖିଥିବା ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking