29.1 C
Bhubaneswar
Saturday, July 27, 2024
Homeଓଡିଶାଓଡିଶାରେ ପହଞ୍ଚିଲେ ଅରୁଣ ଗୋଭିଲ

ଓଡିଶାରେ ପହଞ୍ଚିଲେ ଅରୁଣ ଗୋଭିଲ

ଭୁବନେଶ୍ୱର : ଓଡିଶାରେ ପହଞ୍ଚିଲେ ରାମ । ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ହିନ୍ଦୀ ଧାରାବାହିକ ‘ରାମାୟଣ’ରେ ରାମ ଭୂମିକାରେ ଅବତୀର୍ଣ୍ଣ ହୋଇ କୋଟିକୋଟି ଲୋକଙ୍କର ହୃଦୟ ଜିଣିପାରିଥିବା ଅରୁଣ ଗୋଭିଲ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି । ଟେଲିଭିଜନ ଦୁନିଆରେ ପ୍ରସିଦ୍ଧ କଳାକାର ଭୂବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ସାଧାରଣ ନିର୍ବାଚନ-୨୦୨୪ ପାଇଁ ସେ ନିର୍ବାଚନୀ ପ୍ରଚାରରେ ଆସିଛନ୍ତି । ଭୁବନେଶ୍ୱରରେ ପହଞ୍ଚିଲା ପରେ ତାଙ୍କୁ ଭାରତୀୟ ଜନତା ପାର୍ଟିର କର୍ମୀମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି । ଅରୁଣ ଗୋଭିଲଙ୍କ ରାଜ୍ୟର ବିଭିନ୍ନ ଲୋକସଭା କ୍ଷେତ୍ରରେ କାର୍ଯ୍ୟକ୍ରମ ରହିଛି । ସେ ଭାରତୀୟ ଜନତା ପାର୍ଟି (ବିଜେପି)ର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ । କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଚମ୍ପୁଆ ଓ ତେଲକୋଇ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବେ । ସେହିପରି ଢେଙ୍କାନାଳ ଓ ଜୟଦେବ ନିର୍ବାଚନ ମଣ୍ଡଳୀରେ ରୋଡ ଶୋ’ କରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking