40.1 C
Bhubaneswar
Sunday, June 16, 2024
Homeଓଡିଶାବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ବରୀ ବ୍ଲକରେ କଳାକାର ସମାବେଶ ଅନୁଷ୍ଟିତ

ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ବରୀ ବ୍ଲକରେ କଳାକାର ସମାବେଶ ଅନୁଷ୍ଟିତ

ଯାଜପୁର : ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ବରୀ ବ୍ଲକ ସେରପୁର ଠାରେ ଏକ କଳାକାର ସମାବେଶ ଅନୁଷ୍ଟିତ ହୋଇଯାଇଛି । ସାମୁଖ୍ୟ ର ରାଜ୍ୟ ସଂଯୋଜକ ପ୍ରବୀର କୁମାର ମହାନ୍ତି , ଯାଜପୁର ଜିଲ୍ଲା ସଂଯୋଜକ ହରିହର ସ୍ବାଇଁ , ବରୀ ବିଜେଡି ବିଧାୟକ ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ , ବିଜେଡି ନେତା ବଳଭଦ୍ର ଦାସ, ସେରପୁର ସରପଂଚ , ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି , ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡି ପ୍ରମୁଖ ମଞ୍ଚାସୀନ ରହି କଳାକାର ଙ୍କ ପାଇଁ ବିଜେଡି ସରକାର ଯେଉଁ ଯୋଜନା ପ୍ରଣୟନ କରୁଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ । ଉପସ୍ଥିତ ଥିବା ସମସ୍ତ ଅତିଥି ବରୀ ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ଓ ଯାଜପୁର ସାଂସଦ ଙ୍କ ନିମନ୍ତେ ଆସନ୍ତା ଜୁନ ୧ରେ ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ ନିବେଦନ ମଧ୍ୟ କରିଥିଲେ । କୀର୍ତ୍ତନ , ଭଜନ , ହୁଳୁହୁଳି ମାଧ୍ୟମରେ ବିଶ୍ଵ ମଲିକ ଙ୍କୁ ଭବ୍ୟ ସ୍ଵାଗତ କରାଯାଇ , ସମ୍ମାନିତ ମଧ୍ୟ କରାଯାଇଥିଲା । ବ୍ଲକ ସଂଯୋଜକ ନଟବର ମହାନ୍ତି ଙ୍କ ସହଯୋଗରେ ବ୍ଲକ ର ବିଭିନ୍ନ ପଂଚାୟତ ରୁ ହଜାର ହଜାର କଳାକାର ମାନେ ଯୋଗ ଦେଇ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଙ୍କୁ ଭୋଟ ଦେବାକୁ ପ୍ରତଶ୍ରୁତି ଦେଇଥିଲେ । ବରିଷ୍ଠ ସମାଜସେବୀ ମହେଶ୍ୱର ମହାନ୍ତି କାର୍ଯ୍ୟକ୍ରମ ର ସଫଳତା ନିମନ୍ତେ ସମସ୍ତ ଅତିଥି , ସଦସ୍ୟ ଓ ମା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking