35.1 C
Bhubaneswar
Monday, June 17, 2024
Homeଓଡିଶାଅପୂର୍ବଙ୍କୁ ମିଳିନି ଭତ୍ତା ଆବେଦନ ପରେ କାଟୁଛି କିଏ ତଦନ୍ତ ପାଇଁ ଦାବି

ଅପୂର୍ବଙ୍କୁ ମିଳିନି ଭତ୍ତା ଆବେଦନ ପରେ କାଟୁଛି କିଏ ତଦନ୍ତ ପାଇଁ ଦାବି

ମୟୁରଭଞ୍ଜ : ଅସହାୟ ଗରିବ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ଗାଁ ଠୁ ରାଜଧାନୀ ପର୍ଯ୍ୟନ୍ତ ନିୟୋଜିତ ରହିଛନ୍ତି ସରକାରୀ କର୍ମଚାରୀ। ସେହିପରି ବିଭିନ୍ନ ସରକାରୀ ଓ ବିରୋଧୀ ଦଳର ନେତା ଏବଂ କର୍ମୀ ସାଙ୍ଗକୁ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା ସହିତ ୱାର୍ଡମେମ୍ବର। ହେଲେ ଅସହାୟ ବିଧବା ବୃଦ୍ଧାଙ୍କ ଉପରେ କାହାର ନଜର ନ ପଡ଼ିବା ଭୋଟରେ ଜିତି ସେବାଭାବକୁ ସ୍ପଷ୍ଟ କରୁଛି। ଏହାସତ୍ତ୍ୱେ ବାରମ୍ବାର ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ପାଇବାରୁ ବଞ୍ଚିତ ରହିଛନ୍ତି ବୃଦ୍ଧା ବିଧବାମହିଳା। ଏବେ ବୟସର ଅପରାହ୍ନରେ ଆଖିକୁ ଠିକରେ ଦେଖାଯାଉନାହିଁ କି ଅଣ୍ଟା ସଳଖି ଚାଲିବାର ଶକ୍ତି ନାହିଁ।ତେବେ ବିଭିନ୍ନ ସମୟରେ ବୃଦ୍ଧା ଜଣକ ଆବେଦନ କରିଥିଲେ ମଧ୍ୟ କୋଉଠି କଟିଲା କିଏ କାଟିଲା କାହିଁକି କଟିଲା ତାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ବୃଦ୍ଧାଙ୍କୁ ତାଙ୍କର ନାର୍ଯ୍ୟ ଅଧିକାର ଉପଭୋଗରୁ ବଞ୍ଚିତ କରି ଆସିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତାଙ୍କ ଦରମାରୁ ବୃଦ୍ଧା ଜଣକ ବିଧବା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତର ଭତ୍ତା ଯୋଗାଇଦେବାକୁ ଦାବି ହେଉଛି। ଉଲ୍ଲେଖଯୋଗ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜରିଆରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଭତ୍ତା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରାଥମିକତା ଦେଇଆସୁଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରାଯାଇ କାର୍ଯ୍ୟକାରୀ କରାଯାଉଛି। ସବୁପରେ ବି ମୁଷ୍ଟିମେୟ ଦାୟିତ୍ଵହୀନ କର୍ମଚାରୀଙ୍କ ପାଇଁ ଯୋଗ୍ୟ ଅସହାୟ ହିତାଧିକାରୀ ଏହି ସୁବିଧାରୁ ଆଜିବି ବଞ୍ଚିତ ହୋଇଆସୁଥିବା ଅଭିଯୋଗ ହୋଇଛି। ତେବେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଅବହେଳାର ଶିକାର ହୋଇଥିବା ଜଣେ ବୃଦ୍ଧାଙ୍କୁ ଆମେ ଆଜି ଆପଣଙ୍କୁ ଦେଖାଉଛୁ ଯାହା ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ କାଣିମହୁଲି ପଞ୍ଚାୟତ କାଦକୋଠା ଗାଁର ଅପୂର୍ବ ସି। ସେ ବିଧବା ଆଖିକୁ ଦେଖାଯାଏନି ବୟସ ପାଖାପାଖି 70 ବର୍ଷ ହେବ ବାରମ୍ବାର ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭତ୍ତା ଟିକକ ମିଳିପାରିନାହିଁ ଅପୂର୍ବଙ୍କୁ।ଯାହା ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଗାଁ ଗହଳିରେ ଲୋକଙ୍କ ଉନ୍ନତି ପାଇଁ କାମ କରୁଥିବା ପ୍ରଶାସନିକ ବାବୁ ଓ ଲୋକ ପ୍ରତିନିଧିଙ୍କ ପାରିବାପଣିଆର ମୁଖା ଖୋଲିଦେବ। ଦେଖନ୍ତୁ ଏହି ବୁଢ଼ୀ ମାଉସୀଙ୍କୁ ଏଭଳି ଅବସ୍ଥାରେ ବାରମ୍ବାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସେ କଣ ଦୌଡ଼ି ପାରିବେ ?ତେବେ ଏଭଳି ସ୍ଥଳେ ଆଜିଯାଏଁ ଭତ୍ତା ଟିଏ ମିଳିପାରିନାହିଁ। ଏହା ପରିତାପର ବିଷୟ ନୁହେଁ ତ ଆଉ କଣ ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking