32.1 C
Bhubaneswar
Saturday, May 4, 2024
Homeଓଡିଶାବଞ୍ଚିଛି ମାନବିକତା : ଚୋରଙ୍କୁ ପିଟିଲେ ରସଗୋଲା ଖୁଆଇଲେ

ବଞ୍ଚିଛି ମାନବିକତା : ଚୋରଙ୍କୁ ପିଟିଲେ ରସଗୋଲା ଖୁଆଇଲେ

ଭୁବନେଶ୍ୱର : ହେଇ.. ଧର ଧର । ଚୋର ଚୋର ଖସିଗଲା । ମାଡ଼ିବସବେ.. ସିଆଡ଼େ କୁଆଡ଼େ ଯାଉଛ । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ପୁରୀ-କଟକ ରାସ୍ତାରେ ଏଭଳି ଘଟଣା ବୁଧବାର ଦେଖିବାକୁ ମିଳିଛି । ଦୁଇଜଣ ଯୁବକ ବାଇକ୍ ଚୋରି କରିବାକୁ ଉଦ୍ୟମ କରିବାବେଳେ ସ୍ଥାନୀୟଲୋକେ ତାଙ୍କୁ ଧରି ନିସ୍ତୁକ ପିଟିଛନ୍ତି । ପରେ ଜଣେ ଚୋରକୁ ଭୋକ କରିବାରୁ ତାକୁ ରସଗୋଲା କିଣି ଖୁଆଇଦେଇଛନ୍ତି । ଏଭଳି ଘଟଣା ଯେତିକି ହାସ୍ୟସ୍ପଦ । ସେତିକି ହୃଦୟସ୍ପର୍ଶୀ । ଚୋରଙ୍କୁ ଧରିବା ପରେ ବି ଲୋକମାନେ ମାନବିକତା ଭୁଲିନଥିଲେ । ଚୋର ଜଣକ ମାଡ଼ ଖାଇବା ପରେ ଭୋକ ହେଉଥିବା କହିବାରୁ ତାକୁ ରସଗୋଲା ଖୁଆଇଦେଲେ । ଏସମ୍ପର୍କରେ ଲକ୍ଷ୍ମୀସାଗର ଥାନା ଅଧିକାରୀ କହିଛନ୍ତି, ବାଇକ ଚୋରି ନେଇ କୌଣସି ବ୍ୟକ୍ତି ଅଭିଯୋଗ କରିନାହାନ୍ତି ।

ଯେହେତୁ ଦୁହେଁ କୌଣସି ବାଇକ୍‌ରେ ଚାବି ପୁରାଇ ଚୋରି ପାଇଁ ଉଦ୍ୟମ କରୁଥିଲେ । ସେଥିପାଇଁ ଲୋକେ ଧରି ତାଙ୍କୁ ମାଡ ମାରିଛନ୍ତି। କୌଣସି ବ୍ୟକ୍ତି ଯଦି ଅଭିଯୋଗ ନ କରନ୍ତି, ତା’ହେଲେ ଆମେ ନିଜ ଆଡୁ ମାମଲା ରୁଜୁ କରି ଦୁହିଁଙ୍କୁ କୋର୍ଟ ଚାଲାଣ କରିବୁ । ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ନରେ ପୁରୀ-କଟକ ରାସ୍ତାରେ ଦୁଇଚୋର ଛିଡ଼ା ହୋଇଥିଲେ । ପରେ ସେମାନେ ଏକ ଚାବିରେ ବାଇକ ଲକ୍ ଖୋଲିବାକୁ ଉଦ୍ୟମ କରୁଥିଲେ । ସ୍ଥାନୀୟଲୋକେ ଏହାଦେଖି ତାଙ୍କ ପାଖକୁ ଯାଇଥିଲେ । ଲୋକଙ୍କୁ ଦେଖି ସେମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ପରେ ଲୋକମାନେ ଚୋରଦ୍ୱୟଙ୍କୁ କାବୁ କରି ନିସ୍ତୁକ ପିଟିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking