27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକାବୁଲ ଫେରିଲେ ବାରାଦର

କାବୁଲ ଫେରିଲେ ବାରାଦର

କାବୁଲ: ଦୀର୍ଘଦିନର ନିରବତା ପରେ ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାରର ଉପପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବାରାଦର ମଙ୍ଗଳବାର ରାଜଧାନୀ କାବୁଲକୁ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି । ରାଜଧାନୀକୁ ଫେରିବାପରେ ବାରାଦର ସରକାରୀ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି । ତେବେ ତାଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ବାରାଦର ମନା କରିଦେଇଛନ୍ତି । ସୂଚନାଯୋଗ୍ୟ ଗତ ସେପ୍ଟେମ୍ବରରେ ତାଲିବାନ ପକ୍ଷରୁ କାମଚଳା ସରକାର ଘୋଷଣା କରାଯାଇଥିବାବେଳେ ବାରାଦର ଓ ଗୃହମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା ।

ଏଥିରେ ବାରାଦର ଆହତ ମଧ୍ୟ ହୋଇଥିଲେ । ସେହି ଘଟଣା ପରେ ବାରାଦର କାବୁଲ ଛାଡି କାନ୍ଦାହାର ଚାଲିଯାଇଥିଲେ । ଇତିମଧ୍ୟରେ ବାରାଦର ମୃତ ବୋଲି ସାମାଜିକ ଗଣମାଧ୍ୟମରେ ସମ୍ବାଦ ପ୍ରସାରିତ ହୋଇଥିଲା । ତେବେ ବାରାଦର ଏକ ଅଡିଓ ବାର୍ତ୍ତା ଜାରି କରି ଏହି ସମ୍ବାଦକୁ ଅସ୍ୱୀକାର କରିବା ସହ ଜୀବିତ ଥିବା ଦର୍ଶାଇଥିଲେ । ସୂଚନାଯୋଗ୍ୟ କ୍ଷମତା ବଣ୍ଟନକୁ କେନ୍ଦ୍ରକରି ବାରାଦର ଓ ହକ୍କାନି ଗୋଷ୍ଠୀ ମଧ୍ୟରେ ତୀବ୍ର ମତପାର୍ଥକ୍ୟ ଦେଖାଦେଇଛି । ଏହି ସମସ୍ୟା ତୁଟିନଥିବାରୁ ତାଲିବାନ ସରକାର ଏପର୍ଯ୍ୟନ୍ତ ଶପଥଗ୍ରହଣ କରିପାରୁନଥିବା କୁହାଯାଇଛି । ବର୍ତ୍ତମାନ ହକ୍କାନି ଗୋଷ୍ଠୀକୁ ଆଇଏସ୍ ଆତଙ୍କବାଦୀ ସଂଗଠନ ସମର୍ଥନ ଜଣାଉଥିବାରୁ ତାଲିବାନ ସରକାରରେ ବିରାଟ ଫାଟ ସୃଷ୍ଟି ହୋଇଛି । ବାରାଦର କାବୁଲ ଫେରିଥିଲେ ସୁଦ୍ଧା ତାଙ୍କ ସମର୍ଥକ କୁହାଯାଉଥିବା ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ୟାକୁବ ବର୍ତ୍ତମାନ ପର୍ଯ୍ୟନ୍ତ କାନ୍ଦାହାରରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking