36.1 C
Bhubaneswar
Saturday, May 18, 2024
Homeଓଡିଶାଆଜିଠୁ ବିଇଡି ଓ ସିଟି ପ୍ରବେଶିକା ପରୀକ୍ଷା

ଆଜିଠୁ ବିଇଡି ଓ ସିଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ବିଇଡି ଓ ସିଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ଠାରୁ ଆରମ୍ଭ ହେବ ପ୍ରବେଶିକା ପରୀକ୍ଷା । ଅକ୍ଟୋବର ୭ ଓ ୮ ତାରିଖେର ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ବିଭାଗ ପକ୍ଷରୁ ପରୀକ୍ଷା ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ ସିଟି ପ୍ରବେଶିକା ପରୀକ୍ଷା ଏସସିଇଆରଟି ଦ୍ୱାରା ପରିଚାଳିତ ହେଉଥିବାବେଳ ବିଇଡି ଓ ବିଏଚଇଡି ପ୍ରବେଶିକା ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହେଉଛି । କେରାନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସମସ୍ତ ଜିଲ୍ଲାଗୁଡ଼ିକେର ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇଛି ।

ପ୍ରବେଶିକା ପରୀକ୍ଷା ପୂର୍ବାହ୍ନ ୧୧ଟା ୩୦ରୁ ଅପରାହ୍ଣ ୧ଟା ମଧ୍ୟରେ ଅନୁଷ୍ଠିତ ହେବ । ଏକ ସମୟରେ ଉଭୟ ସିଟି ଓ ବିଇଡି ପ୍ରବେଶିକା ପରୀକ୍ଷା ପାଇଁ ସମୟ ଏବଂ ତାରିଖ ନିର୍ଦ୍ଧାରିତ ହୋଇଥିବାରୁ ବିଇଡି/ବିଏଚଇଡି ଛାତ୍ରଛାତ୍ରୀଙ୍କ ପରୀକ୍ଷା ତାରିଖେର ପରିବର୍ତ୍ତନ ମଧ୍ୟ ହୋଇଛି । ୭ ଓ ୮ ତାରିଖରେ ନିର୍ଦ୍ଧାରିତ ହୋଇଥିବା ଛାତ୍ରଛାତ୍ରୀ ସିଟି ପ୍ରବେଶିକା ଦେବେ । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିଇଡି/ବିଏଚଇଡି ପରୀକ୍ଷା ଆସନ୍ତା ୧୧ ତାରିଖେର ଅନୁଷ୍ଠିତ ହେବ ।

ସେମାନଙ୍କ ପରୀକ୍ଷା ୧୧ ତାରିଖ ଦିନ ପୂର୍ବାହ୍ନ ୧୧ଟା ୩୦ରୁ ଅପରାହ୍ଣ ୧ଟା ମଧ୍ୟେର ଅନୁଷ୍ଠିତ ହେବ । ଏହି ପରୀକ୍ଷା ଦେବା ପାଇଁ ଏକା ସାଙ୍ଗରେ ସିଟି ଏବଂ ବିଇଡି ପରୀକ୍ଷା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ । ଅପରପେକ୍ଷ ୧୧ ତାରିଖେର ବିଇଡି ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ୭ ଓ ୮ ତାରିଖର ସିଟି ପ୍ରେବଶିକା ପରୀକ୍ଷାର ଆଡ଼ମିଟ୍ କାର୍ଡ଼ ପରୀକ୍ଷା କେନ୍ଦ୍ରରେ ଦାଖଲ କରିବାକୁ ହେବ । ପୁରୁଣା ଆଡ଼ମିଟ କାର୍ଡ଼ ଦେଖାଇ ବିଇଡି ପ୍ରବେଶିକା ଦେବାକୁ ଥିବା ଛାତ୍ରଛାତ୍ରୀ ପରୀକ୍ଷା ହଲ୍େ‌ର ପ୍ରବେଶ କରି ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking