32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏନ୍‌ଡିଏରେ ମହିଳାଙ୍କ ପାଇଁ ୧୯ ସିଟ୍ : କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଏନ୍‌ଡିଏରେ ମହିଳାଙ୍କ ପାଇଁ ୧୯ ସିଟ୍ : କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ପ୍ରଥମ ଥର ପାଇଁ ନ୍ୟାସ୍‌ନାଲ୍ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ)ରେ ମହିଳା ପ୍ରାର୍ଥିନୀଙ୍କୁ ଗ୍ରହଣ କରିବା ରାସ୍ତା ଗତବଷ ପରିସ୍କାର ହୋଇଥିଲା । ଏହି ନିର୍ଦ୍ଦେଶକ୍ରମେ ଗତବର୍ଷ (୨୦୨୧)ରେ ୧୯ ଜଣ ମହିଳାଙ୍କୁ ଏନ୍‌ଡିଏରେ ସାମିଲ କରାଯାଇଥିଲା । ତେବେ ଚଳିତ ବର୍ଷ (୨୦୨୨) ସମାନ ସଂଖ୍ୟକ (୧୯ ଜଣ) ମହିଳାଙ୍କୁ ଏନ୍‌ଡିଏରେ ସାମିଲ ପାଇଁ ୟୁପିଏସ୍‌ସି ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି ।

ଏ ସମ୍ପର୍କରେ ଶୁଣାଣି କରି ବିଚାରପତି ସଞ୍ଜୟ କିଶନ୍ କୌଲ୍ ଓ ବିଚାରପତି ଏମ୍‌ଏମ୍ ସୁନ୍ଦ୍ରେଶଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କାହିଁକି ୨୦୨୧ ବର୍ଷ ପରି ୨୦୨୨ରେ ସମାନ ସଂଖ୍ୟକ ୧୯ ସିଟ୍ ମହିଳାଙ୍କ ପାଇଁ ରଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ପାଇଁ କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଅତିରିକ୍ତ ସଲିସିଟିର୍ ଜେନେରାଲ୍ ଐଶ୍ୱର୍ଯ୍ୟ ଭାଟିଙ୍କୁ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି, କାହିଁକି ୨୦୨୨ ପାଇଁ ୧୯ ସିଟ୍  ସ୍ଥିର କରାଯାଇଛି? ଖଣ୍ଡପୀଠ କହିଥିଲେ, ଗତବର୍ଷ ଭିତ୍ତିଭୂମି ପାଇଁ ଏହି ସଂଖ୍ୟାରେ ହ୍ରାସ କରାଯାଇଥିବା ବେଳେ ଚଳିତବର୍ଷ ସିଟ୍ ସଂଖ୍ୟା କାହିଁକି ସମାନ ରହିଛି ।

ଏହି ୧୯ ସିଟ୍ ବ୍ୟବସ୍ଥା ସବୁବେଳ ପାଇଁ ହୋଇପାରିବ ନାହିଁ ବୋଲି କୋର୍ଟ କହିଥିଲେ । ସାମୟିକ ଭାବେ ଏହି ସଂଖ୍ୟା ରଖାଯାଇଥିଲା । ଏ ସମ୍ପର୍କରେ ଆଫିଡେଭିଡ୍ ଦାଖଲ ପାଇଁ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ତିନି ସପ୍ତାହ ସମୟ ଦେଇଥିବା ବେଳେ ସମ୍ପୃକ୍ତ ପାର୍ଟିଙ୍କୁ ସେମାନଙ୍କର ମନ୍ତବ୍ୟ ଦୁଇ ସପ୍ତାହ ମଧ୍ୟରେ ଫାଇଲ୍ କରିବାକୁ କହିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୬ ତାରିଖରେ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking