30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆବୁଧାବିରେ ମୃତ ଦୁଇ ଭାରତୀୟଙ୍କ ଶବ ସ୍ୱଦେଶ ଫେରିବ

ଆବୁଧାବିରେ ମୃତ ଦୁଇ ଭାରତୀୟଙ୍କ ଶବ ସ୍ୱଦେଶ ଫେରିବ

ନୂଆଦିଲ୍ଲୀ: ଆବୁଧାବିରେ ସନ୍ଦିଗ୍ଧ ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇ ଭାରତୀୟଙ୍କ ପରିଚୟ ମିଳିଛି ବୋଲି ୟୁଏଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମଙ୍ଗଳବାର ସକାଳେ ସୂଚନା ଦିଆଯାଇଛି । ଦୁଇ ମୃତକଙ୍କ ଶବ ଭାରତ ଅଣାଯିବା ପାଇଁ ଉଦ୍ୟମ ଜାରି ରହିଥିବା ଦୂତାବାସ ସୂତ୍ରରୁ ଜଣାପଡ଼ିଛି । ସେହିପରି ଆହତ ୬ ଜଣଙ୍କୁ ମଧ୍ୟରୁ ଦୁଇଜଣ ଭାରତୀୟ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଦୁତାବାସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ‘ପ୍ରାଣ ହରାଇଥିବା ଦୁଇ ଭାରତୀୟଙ୍କ ପରିଚୟ ମିଳିଛି ଏବଂ ସେମାନଙ୍କ ପରିବାର ସହ ସମ୍ପର୍କ ସ୍ଥାପନ କରାଯାଇଛି । ମରଶରୀର ଭାରତ ପଠାଇବା ପାଇଁ ୟୁଏଇ କର୍ତ୍ତୃପକ୍ଷଙ୍କ ସମେତ ଆବୁଧାବି ନ୍ୟାସ୍‌ନାଲ୍ ଅଏଲ୍ କମ୍ପାନୀ (ଏଡିଏନ୍‌ଓସି) ସହ ମିଶି କାର୍ଯ୍ୟ କରାଯାଉଛି ।’ ସୂଚନାଯୋଗ୍ୟ ସୋମବାର ଦିପହରରେ ଏକ ସନ୍ଦିଗ୍ଧ ଡ୍ରୋନ୍ ଆକ୍ରମଣରେ ଦୁଇଜଣ ଭାରତୀୟଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ତୃତୀୟ ମୃତକ ଜଣକ ପାକିସ୍ତାନ ନାଗରିକ ବୋଲି ଜଣାପଡ଼ିଛି । ସେହିପରି ଏହି ବିସ୍ଫୋରଣରେ ଦୁଇଜଣ ଭାରତୀୟଙ୍କ ସମେତ ୬ ଜଣ ଆହତ ହୋଇଥିଲେ । ଚିକିତ୍ସା ପରେ ଦୁଇ ଭାରତୀୟଙ୍କୁ ହସ୍ପିଟାଲ୍‌ରୁ ସୋମବାର ରାତିରେ ଛାଡ଼ି ଦିଆଯାଇଥିଲା ବୋଲି ଦୂତାବାସ ପକ୍ଷରୁ ଟ୍ୱିଟ୍‌ରେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking