24.1 C
Bhubaneswar
Tuesday, May 24, 2022
Homeଖେଳଫିଫା ଫୁଟ୍‌ବଲ୍ ପୁରସ୍କାର : ଲେୱାନ୍‌ଡୋସ୍କି ଶ୍ରେଷ୍ଠ ଖେଳାଳି

ଫିଫା ଫୁଟ୍‌ବଲ୍ ପୁରସ୍କାର : ଲେୱାନ୍‌ଡୋସ୍କି ଶ୍ରେଷ୍ଠ ଖେଳାଳି

ଜୁରିକ୍‌: ବାୟର୍ନ ମ୍ୟୁନିକ୍ ଫରୱାର୍ଡ ତଥା ପୋଲାଣ୍ଡ ଜାତୀୟ ଫୁଟ୍‌ବଲ୍ ଟିମ୍‌ର କ୍ୟାପ୍‌ଟେନ୍ ରବର୍ଟ ଲେୱାନ୍‌ଡୋସ୍କି ପୁଣିଥରେ ଫିଫାର ସର୍ବଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ହାସଲ କରିଛନ୍ତି । ଏହି ପୁରସ୍କାର ଦୌଡ଼ରେ ଲେୱାନ୍‌ଡୋସ୍କି ଆର୍ଜେଣ୍ଟିନାର ଲିଓନେଲ୍ ମେସି ଓ ଫ୍ରାନ୍ସର ମହମ୍ମଦ ସାଲାହଙ୍କ ପରି ତାରକା ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି । ମେସି ଦ୍ୱିତୀୟ ହୋଇଥିବା ବେଳେ ସାଲାହ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ପୁରସ୍କାର ଜିତି ସେ ନିଜକୁ ଗୌରବାନ୍ୱିତ ମନେ କରୁଥିବା ଲେୱାନ୍‌ଡୋସ୍କି ମ୍ୟୁନିକ୍‌ରୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି । ଏହି ପୁରସ୍କାର ପାଇଁ ସେ ସାରା ବିଶ୍ୱର ଜାତୀୟ ଟିମ୍ କ୍ୟାପ୍‌ଟେନ୍ ଓ କୋଚ୍‌ଙ୍କ ସମେତ ମିଡିଆର ପ୍ରଥମ ପସନ୍ଦ ଥିଲେ । ସାରା ବିଶ୍ୱର ପ୍ରସଶଂକଙ୍କ ମଧ୍ୟରେ ମେସିଙ୍କୁ ଲେୱାନ୍‌ଡେସ୍କିଙ୍କଠାରୁ ଅଧିକ ଭୋଟ୍ ମିଳିଥିଲା ।

ସେହିପରି ନିଜ ନିଜ ଦେଶର ଜାତୀୟ ଟିମ୍ କ୍ୟାପ୍‌ଟେନ୍ ଭାବେ ତିନିଜଣ ମଧ୍ୟ ଭୋଟ୍ ଦେଇଥିଲେ । ଲେୱାନ୍‌ଡୋସ୍କି ୨୦୨୦-୨୧ରେ ବାୟର୍ନ ମ୍ୟୁନିକ୍‌କୁ ଟାଇଟଲ୍ ଜାତିଇବା ସହ ବୁନ୍ଦେସ୍‌ଲିଗାରେ ରେକର୍ଡ ୪୧ ଗୋଲ୍ କରିଥିଲେ । ସେହିପରି ୨୦୨୧ରେ ୪୩ ଗୋଲ୍ କରି ସେ ଗର୍ଡ ମୁଲର୍‌ଙ୍କ ଉଭୟ ରେକର୍ଡ ଭଙ୍ଗ କରିଥିଲେ । ମହିଳା ବର୍ଗରେ ବାଲୋନ୍ ଓ ଡର୍ ପୁରସ୍କାର ବିଜୟିନୀ ସ୍ପେନ୍‌ର ଆଲେକ୍ସିଆ ପୁତେଲାସ୍‌ଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି ।

ପୁତେଲାସ୍‌ଙ୍କ ନେତୃତ୍ୱରେ ବାର୍ସେଲୋନା ପ୍ରଥମ ମହିଳା ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ଜିତିଥିଲା । ଫିଫା ପୁରସ୍କାରରେ ତାଙ୍କ ଟିମ୍ ସାଥୀ ଜେନିଫର୍ ହର୍ମୋସୋ ତୃତୀୟ ସ୍ଥାନରେ ଥିବାବେଳେ ଚେଲ୍‌ସିର ସାମ୍ କେର୍ ରନର୍ସଅପ୍ ହୋଇଛନ୍ତି । କୋଚିଂର ଦୁଇଟି ଯାକ ପୁରସ୍କାର ଚେଲ୍‌ସିକୁ ଯାଇଛି । ଥୋମାସ୍ ଟଚେଲ୍‌ଙ୍କୁ ସର୍ବଶ୍ରେଷ୍ଠ ପୁରୁଷ କୋଚ୍ ଏବଂ ଏମ୍ମା ହାୟେସ୍‌ଙ୍କୁ ସର୍ବଶ୍ରେଷ୍ଠ ମହିଳା କୋଚ୍ ମନୋନୀତ କରାଯାଇଛି । ଟଚେଲ୍ ଏହି ଦୌଡ଼ରେ ମାଞ୍ଚେଷ୍ଟର୍ ସିଟିର ପେପ୍ ଗାର୍ଡିୟେଲାଙ୍କୁ ପଛରେ ପକାଇ ଦେଇଥିବା ବେଳେ ହାୟେସ୍ ବାର୍ସେଲୋନାର ଲୁଇସ୍ କୋର୍ଟେଜ୍‌ଙ୍କୁ ହରାଇ ଏହି ପୁରସ୍କାର ହାସଲ କରିଛନ୍ତି । ପୁରୁଷ ଓ ମହିଳା ବିଭାଗର ଶ୍ରେଷ୍ଠ ଗୋଲ୍‌କିପର୍ ପୁରସ୍କାର ଯଥାକ୍ରମେ ଚେଲ୍‌ସିର ଏଡୁୱାର୍ଡୋ ମେଣ୍ଡି ଓ ଚିଲିର କ୍ରିଷ୍ଟିଆନ୍ ଏଣ୍ଡ୍‌ଲର୍‌ଙ୍କୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking