29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଗେଟ୍ ପରୀକ୍ଷା ଘୁଞ୍ଚାଇବାକୁ ପିଟିସନ

ଗେଟ୍ ପରୀକ୍ଷା ଘୁଞ୍ଚାଇବାକୁ ପିଟିସନ

ନୂଆଦିଲ୍ଲୀ : କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଗାମୀ ଗେଟ୍(Graduate Aptitude Test in Engineering)  ପରୀକ୍ଷା ଘୁଞ୍ଚାଇଦେବାକୁ ପ୍ରାୟ ୨୨,୦୦୦ ଆଶାୟୀ ପରୀକ୍ଷାର୍ଥୀ ଅନଲାଇନରେ ପିଟିସନ ଦାଖଲ କରି ଦାବି କରିଛନ୍ତି । ଫେବୃଆରୀ ୫ରୁ ୧୩ ପର୍ଯ୍ୟନ୍ତ ଏହି ପରୀକ୍ଷା ଅଫ୍‌ଲାଇନରେ ଅନୁଷ୍ଠିତ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଛି । ଆଇଆଇଟି ଭଳି ବୈଷୟିକ ଶିକ୍ଷାନୁଷ୍ଠାନରେ ବିଜ୍ଞାନ ଓ ଇଂଜିନିୟରିଂ ସ୍ନାତକୋତ୍ତର ପାଠ୍ରକ୍ରମରେ ନାମ ଲେଖାଇବାକୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡିଥାଏ। ଏପରିକି କେତେକ ପିସ୍‌ୟୁ ମଧ୍ୟ ଚାକିରି ନିମନ୍ତେ ଏହି ପରୀକ୍ଷାର ମାର୍କକୁ ବିବେଚନାକୁ ନେଇଥାନ୍ତି । ୭ଟି ଆଇଆଇଟି (ବମ୍ବେ, ଦିଲ୍ଲୀ, ଗୁଆହାଟୀ, କାନପୁର, ଖଡଗପୁର, ମାଡ୍ରାସ ଓ ରୁର୍‌କି) ଏବଂ ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍ ମିଳିତଭାବେ ଏଇଞଋ ପରୀକ୍ଷା ଆୟୋଜନ କରିଥାନ୍ତି । ଚଳିତବର୍ଷ ପରୀକ୍ଷାର ଆୟୋଜନ ଦାୟିତ୍ୱ ଆଇଆଇଟି ଖଡଗପୁର ଉପରେ ନ୍ୟସ୍ତ କରାଯାଇଛି । ଦେଶର ବିଭିନ୍ନ ସହରରେ ପ୍ରାୟ ୮ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ ବୋଲି ଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking