30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶସେନା ପାଇଁ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଜାକେଟ୍

ସେନା ପାଇଁ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଜାକେଟ୍

ନୂଆଦିଲ୍ଲୀ: ସେନା ପାଇଁ ଆସିବ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଜାକେଟ୍ । ଯବାନଙ୍କ ପାଇଁ ସ୍ୱତନ୍ତ୍ର ବୁଲେଟ ପ୍ରୁଫ୍ ଜାକେଟ୍ ପ୍ରସ୍ତୁତ କରିଛି କାନପୁର ଡିଆରଡିଓ। ଏହି ଜାକେଟରେ ୬ ଟି ଗୁଳି ବାଜିଲେ ମଧ୍ୟ କିଛ କ୍ଷତି ହେବ ନାହିଁ । ଜାକେଟର ଓଜନ ହାଲୁକା ଥିବା ବେଳେ ସ୍ୱତନ୍ତ୍ର ଉପାଦାନରେ ପ୍ରସ୍ତୁତ କରାଯାଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ବୁଲେଟ ପ୍ରୁଫ୍ ଜାକେଟର ପରୀକ୍ଷଣ ମଧ୍ୟ ଶେଷ ହୋଇଛି । ଚଣ୍ଡିଗଡ଼ରେ ଥିବା ଟର୍ମିନାଲ ବାଲାଷ୍ଟିକ ରିସର୍ଚ୍ଚ ଲାବ୍ରୋଟାରି (ଟିବିଆରଏଲ)ରେ ଏହି ବୁଲେଟପ୍ରୁଫ୍ ଜାକେଟର ସଫଳ ପରୀକ୍ଷଣ କରାଯାଇଛି । ଜାକେଟରେ ୭ ଦଶମିକ ୬୨ ଏବଂ ୫୪ ଆର ଏପିଆର ବୁଟେଲ ଲାଗିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଇଛି। ମୋନୋଲିଥିକ ସେରାମିକ ପ୍ଲେଟ ଏବଂ ପୋଲିମର ସହ ଅନ୍ୟାନ୍ୟ ଉପାଦାନ ମିଶାଇ ଏହି ଜାକେଟକୁ ପ୍ରସ୍ତୁତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking