40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ବଢ଼ାଉଛି ବିଶ୍ୱର ଚିନ୍ତା

ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ବଢ଼ାଉଛି ବିଶ୍ୱର ଚିନ୍ତା

ନୂଆଦିଲ୍ଳୀ : ଚିନ୍ତା ବଢାଇ ଦେଇଛି ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ । ଦୀର୍ଘ ଦିନ ହେବ ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥଣ୍ଡା ପଡିନଥିବା ବେଳେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ବିଶ୍ୱର ଚିନ୍ତା ବଢାଇଦେଇଛି । ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଇସ୍ରାଏଲର ନଜର ଏବେ ଇରାନର ପରମାଣୁ ଠିକଣା ଉପରେ ରହିଛି । ମିଳିଥିବା ସୂଚନା ଆଧାରରେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ଏକ ବୈଠକ ଡକାଇଥିଲେ । ଏହି ବୈଠକରେ ଇରାନ୍ ଉପରେ ଜୋରଦାର ଆକ୍ରମଣ ପାଇଁ ଯୋଜନା କରାଯାଇଥିବା ଜଣାପଡିଛି । ସୂଚନା ଆଧାରରେ ଇସ୍ରାଏଲ୍ ଇରାନର ପରମାଣୁ ଠିକଣା ଉପରେ ଆକ୍ରମଣ କରିପାରେ। ଇରାନ ପାଖରେ କେ.ଏଚ୍-୫୫ ଭଳି କ୍ରୁଜ୍ ମିଜାଇଲ୍ ରହିଛି, ଯାହାକି ପରମାଣୁ କ୍ଷମତା ବିଶିଷ୍ଟ ରହିଛି । ଏହି ମିଜାଇଲ୍ ୩ହଜାର କିଲୋମିଟର ଯାଏଁ ପରମାଣୁ ଅସ୍ତ୍ରକୁ ନେଇ ଆକ୍ରମଣ କରିବାରେ ସକ୍ଷମ ଅଟେ । ଏହା ଇରାନ୍ ପାଖରେ ସୋଜିଲ ନାମର ଏକ ଖତରନାକ୍ ମିଜାଇଲ୍ ରହିଛି । ଯାହା ୧୭ ହଜାର କିଲୋମିଟର ପ୍ରତି ଘଣ୍ଟା ବେଗରେ ୨୫୦୦ କିଲୋମିଟର ରେଡିଏସନରେ ଆକ୍ରମଣ କରିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking