28.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗମହିଳାଙ୍କୁ ଖାଇଗଲା ବାଘ

ମହିଳାଙ୍କୁ ଖାଇଗଲା ବାଘ

ନୂଆପଡ଼ା : ନୂଆପଡ଼ାରେ ପୁଣି ବାଘ ଆତଙ୍କ । ଜଙ୍ଗଲକୁ ଯାଇଥିବା ବେଳେ ୪୭ ବର୍ଷୀୟା ମହିଳାଙ୍କୁ ମାରି ଖାଇଗଲା ବାଘ । ନୂଆପଡ଼ା ରେଞ୍ଜ ଭରୁଆମୁଣ୍ଡା ପଞ୍ଚାୟତ ଛୋଟ ଲୋଡ୍ରା ଗାଁର ଭାନୋବାଇ ମାଝୀ । ସକାଳୁ କାଜୁ ସଂଗ୍ରହ ପାଇଁ ଭାନୋବାଇ ଜଙ୍ଗଲ ଯାଇ ଆଉ ଘରକୁ ଫେରି ନଥିଲେ । ପରେ କିଛି ଗାଁ ଲୋକଙ୍କ ସହ ପରିବାର ଲୋକେ ଖୋଜାଖୋଜି ବେଳେ ବାଘ ଖାଇଥିବା ମହିଳାଙ୍କ ଶରୀରର କିଛି ଅଂଶ ପଡ଼ିଥିବା ଦୂରରୁ ଦେଖିଥିଲେ । ବାଘ ରଡ଼ି ଶୁଣି କିଛି ଲୋକ ଗାଁ’କୁ ଦୌଡି ପଳେଇ ଆସିଥିଲେ । କିନ୍ତୁ ତିନିଜଣ ଆସି ନପାରି ଗଛ ଉପରକୁ ଚଢ଼ିଯାଇଥିଲେ । ପରେ ଗାଁ’ରୁ ଅଧିକା ଲୋକ ଯାଇ ସେମାନଙ୍କୁ ଉଦ୍ଧାର କରିଥିବା ଭରୁଆମୁଣ୍ଡା ସରପଞ୍ଚ ସୂଚନା ଦେଇଛନ୍ତି । ପୂର୍ବରୁ ୨୦୧୭ରେ ସ୍ଥାନୀୟ ହଳଦି ଗାଁ’ର ୪ ବର୍ଷର ଶିଶୁ ଛଗନଙ୍କୁ ବାଘ ଖାଇବା ପରେ ପିଞ୍ଜରା ଲଗାଇ ଦୁଇଟି ବାଘକୁ କାବୁ କରି ନନ୍ଦନକାନନ ପଠାଯାଇଥିଲା । ଚଳିତ ବର୍ଷ ପୂଣି ତିନୋଟି ବାଘ ବିଭିନ୍ନ ଅଞ୍ଚଳରେ ବୁଲୁଥିବା ଦେଖି ଲୋକେ ବନ ବିଭାଗକୁ ଜଣାଇବା ପରେ ବନ ବିଭାଗ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛି । ତଥାପି ଜଙ୍ଗଲ ଭିତର ତଥା ଜଙ୍ଗଲ ତଳି ଅଞ୍ଚଳ ଲୋକେ ବାଘ କବଳରୁ ବଞ୍ଚିପାରୁନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking