28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକେନ୍ଦ୍ର ବାଇ ଲ’ ପ୍ରତ୍ୟାହାର କରୁ: ମୁଖ୍ୟମନ୍ତ୍ରୀ

କେନ୍ଦ୍ର ବାଇ ଲ’ ପ୍ରତ୍ୟାହାର କରୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକାମ୍ରକ୍ଷେତ୍ରର ୨ ମନ୍ଦିରରୁ ବାଇ ଲ ପ୍ରତ୍ୟାହାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରିଛନ୍ତି । ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ବାଇ ଲ ପ୍ରତ୍ୟାହାର ପାଇଁ ସେ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି, କେନ୍ଦ୍ର ସରକାର ପ୍ରସ୍ତାବିତ ବାଇ ଲ ତୁରନ୍ତ ପ୍ରତ୍ୟାହାର କରିବା ଉଚିତ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା ରାଜ୍ୟକୁ ବିଶ୍ୱାସକୁ ନିଅନ୍ତୁ । କେନ୍ଦ୍ର ଆଗରେ ଏହି ପ୍ରସଙ୍ଗ ଉଠାଇବାକୁ ସବୁ ଓଡିଆ ସାଂସଦଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଓଡିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ଓ ସେବାୟତଙ୍କ ଜୀବନ ଜୀବିକା ସହ ଜଡିତ । ଲିଙ୍ଗରାଜଙ୍କ ନିର୍ବିଘ୍ନ ନୀତିକାନ୍ତି ସହ ଜଡିତ ଥିବାରୁ ପ୍ରସଙ୍ଗ ଉଠାଇବାକୁ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking