29.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶସାମାନ୍ୟ ଝଗଡାରୁ ଯୁବକଙ୍କ କାନ କାମୁଡି ଛିଣ୍ଡାଇ ଦେଲେ ମହିଳା

ସାମାନ୍ୟ ଝଗଡାରୁ ଯୁବକଙ୍କ କାନ କାମୁଡି ଛିଣ୍ଡାଇ ଦେଲେ ମହିଳା

ଲକ୍ଷ୍ନୌ: ସାମାନ୍ୟ ଝଗଡାରୁ ଯୁବକଙ୍କ କାନ କାମୁଡି ଛିଣ୍ଡାଇ ଦେଲେ ମହିଳା । ପ୍ରମାଣ ନଷ୍ଟ କରିବା ପାଇଁ ଛିଣ୍ଡିଥିବା ଅଂଶକୁ ଚୋବାଇ ଖାଇଗଲେ । ଉତ୍ତର ପ୍ରଦେଶ ଆଗ୍ରାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମନାକୁ ଆସିଛି । ଝଗଡ଼ା ପରେ ଜଣେ ମହିଳା ଯୁବକଙ୍କ କାନକୁ କାମୁଡି ଖାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ନୂଆ ଆଗ୍ରା ପୋଲିସ ଷ୍ଟେସନର ନାଗଲା ପଦି ଅଂଚଳର । ଦୁଇଜଣ ଭଡାଟିଆଙ୍କ ମଧ୍ୟରେ ଝଗଡ଼ାର ଏହା ହେଉଛି ପରିଣାମ । ସୂଚନା ଅନୁଯାୟୀ, ରବିନ୍ଦ୍ର ଯାଦବଙ୍କ ଘରେ ରାମବୀର ବାଗେଲ ନିଜ ପରିବାର ସହ ଭଡାରେ ରହନ୍ତି । ସେଠାରେ ଅଭିଯୁକ୍ତ ରାଖୀ ଏବଂ ତାଙ୍କ ସ୍ୱାମୀ ସଞ୍ଜୀବ ମଧ୍ୟ ଭଡାରେ ରହନ୍ତି । ରାମବୀର ଓ ରାଖୀଙ୍କ ମଧ୍ୟରେ ସବୁବେଳେ କଥା କଟାକଟି ଚାଲିଥାଏ । ରାଖୀ ପ୍ରତିଟି କଥା ନେଇ ସବୁବେଳେ ଝଗଡ଼ା କରୁଥିବା ରାମବୀର ଅଭିଯୋଗ କରିଛନ୍ତି ।

ରାମବୀର ପେଶାରେ ଜଣେ ରିକ୍ସା ଚାଳକ । ଗତ ମାର୍ଚ୍ଚ ୪ତାରିଖରେ ରାମବୀର ତାଙ୍କ ପୁଅକୁ ପରୀକ୍ଷା ଦେବା ପାଇଁ ନେଇଯାଇଥିଲେ । ଏଥିପାଇଁ ଘରର ମୁଖ୍ୟ ଫାଟକ ଖୋଲାଥିଲା । ରାଖୀ ଏହି ଘଟଣାକୁ ନେଇ ରାମବୀରଙ୍କୁ ଦୁର୍ବ୍ୟବହାର କରିବା ସହ ଝଗଡ଼ା କରିଥିଲେ । ଏତିକି ବେଳେ ରାଖୀଙ୍କ ସ୍ୱାମୀ ସଞ୍ଜୀବ ତାଙ୍କୁ ଧରି ପକାଇଲେ ଓ ରାଖୀ ତାଙ୍କ କାନକୁ କାମୁଡି ଛିଣ୍ଡାଇ ଦେଲେ । କେବଳ ସେତିକି ନୁହେଁ ସେ ଏହାକୁ ଚୋବାଇ ଖାଇ ଦେଇଥିବା ରାମବୀର ଅଭିଯୋଗ ଆଣିଛନ୍ତି । କାନଟି ଅଧା ଛିଣ୍ଡି ଯାଇଥିଲା ଓ ରକ୍ତ ବହୁଥିଲା । ଲୋକମାନେ ତାଙ୍କ କାନର ଖଣ୍ଡ ଖୋଜିବା ବେଳକୁ ରାଖୀ ପ୍ରମାଣ ନଷ୍ଟ କରିବାକୁ ପାଟିରେ ଥିବା କାନ ଖଣ୍ଡକୁ ଚୋବାଇ ଖାଇଦେଇଥିଲେ । ରାମବୀର ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ମହିଳାଙ୍କ ଏକ ମାମଲା ରୁଜୁ ହୋଇଛି । ସେ ରାମବୀରଙ୍କୁ ମିଛ ମାମଲାରେ ଫସାଇଦେବାକୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking