30.1 C
Bhubaneswar
Saturday, April 27, 2024
Homeଅପରାଧପାର୍ଟି ଆଳରେ ରାତିରେ ଡକାଇ ଯୁବତୀଙ୍କୁ ଦୁଷ୍କର୍ମ କଲା ଇନଷ୍ଟାଗ୍ରାମ ବନ୍ଧୁ

ପାର୍ଟି ଆଳରେ ରାତିରେ ଡକାଇ ଯୁବତୀଙ୍କୁ ଦୁଷ୍କର୍ମ କଲା ଇନଷ୍ଟାଗ୍ରାମ ବନ୍ଧୁ

ମୁମ୍ବାଇ: ମହଙ୍ଗା ପଡିଲା ଇନଷ୍ଟାଗ୍ରାମ ବନ୍ଧୁତା । ପାର୍ଟି ଆଳରେ ରାତିରେ ଡକାଇ ଯୁବତୀଙ୍କୁ ଦୁଷ୍କର୍ମ କଲା ଇନଷ୍ଟାଗ୍ରାମ ବନ୍ଧୁ । ମଦ ପିଆଇ ସର୍ବସ୍ୱ ଲୁଟି ନେଲା । ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ମାୟାନଗରୀ ମୁମ୍ବାଇରୁ । ଆଜିକାଲିର ଯୁବପିଢିଙ୍କୁ ସୋସିଆଲ ମିଡିଆ ନିଶା ଘାରିଥିବା ବେଳେ ଏହା କେତେ ଯେ ମାରାତ୍ମକ ହୋଇପାରେ ଏହି ଘଟଣାରୁ ଅନୁମାନ କରାଯାଇପାରେ । ତେବେ ପୀଡିତା ଯୁବତୀ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ମାମଲା ରୁଜୁ କରିଛି । ହେଲେ ଅଭିଯୁକ୍ତ ଯୁବକକୁ ଏ ଯାଏଁ ଗିରଫ କରାଯାଇ ନାହିଁ । ଏନେଇ ପୀଡିତା ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି । ଅଭିଯୋଗ ମୁତାବକ, ୨୧ ବର୍ଷୀୟା ପୀଡିତା ଇନଷ୍ଟାଗ୍ରାମରେ ଅଭିଯୁକ୍ତ ଯୁବକଙ୍କୁ ଭେଟିଥିଲେ । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ପରେ ସମ୍ପର୍କ ନିବିଡ ହୋଇଥିଲା । ଦିନେ ରାତିରେ ଯୁବକ ଜଣକ ତାଙ୍କୁ ପାର୍ଟି ଆଳରେ ଏକ ହୋଟେଲକୁ ଡାକି ନେଇଥିଲେ ଏବଂ ସେଠାରେ ଯୁବତୀଙ୍କୁ ସେ ପ୍ରଚୁର ମଦ ପିଆଇଥିଲେ । ଯୁବତୀ ନିଶାରେ ଚୁର୍ ହୋଇଥିବା ପରେ ଅଭିଯୁକ୍ତ ତାଙ୍କୁ ଟାଣି ଟାଣି ନିଜର ଏକ ବନ୍ଧୁଙ୍କ ଘରକୁ ନେଇଯାଇଥିଲା । ସେଠି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ।

ହୋସ୍ ଆସିବା ପରେ ପୀଡିତା ଯୁବତୀ ଯେତେବେଳେ ଏହାକୁ ବିରୋଧ କଲେ, ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିଥିଲା । ଏହି ଘଟଣା ପରେ ପୀଡିତା ଖୁବ୍ ଡରି ଯାଇଥିଲେ । ଅଭିଯୁକ୍ତର ସାଙ୍ଗ ଘରେ ହିଁ ସବୁ ଘଟଣା ଘଟିଥିଲା । ଏହାପରେ ସେହି ସାଙ୍ଗ ତାଙ୍କୁ ଘରୁ ବାହାରି ଯିବାକୁ ଅଭିଯୁକ୍ତକୁ କହିଥିଲା । ଏହିସବୁ ଘଟଣା ପରେ ଅଭିଯୁକ୍ତ ତାଙ୍କୁ ଛାଡି ଫେରାର୍ ହୋଇଯାଇଥିବା ପୀଡିତା ପୋଲିସ ଆଗରେ କହିଛନ୍ତି । ତେବେ ଇନଷ୍ଟାଗ୍ରାମ ବନ୍ଧୁ ଦ୍ୱାରା ଦୁଷ୍କର୍ମର ଶିକାର ପରେ ପୀଡିତା ଏ ବିଷୟରେ ନିଜ ପରିବାର ଲୋକଙ୍କୁ କିଛି କହିପାରି ନଥିଲେ । ଏଥିପାଇଁ ସେ ନିଜର ଜଣେ ସମ୍ପର୍କୀୟ ଭଉଣୀକୁ ସାହାଯ୍ୟ ମାଗିଥିଲେ । ଯେତେବେଳେ ପରିବାର ଲୋକ ଏସବୁ ବାବଦରେ ଜାଣିଲେ, ସଙ୍ଗେ ସଙ୍ଗେ ଥାନାରେ ଏତଲା ଦେଇଥିଲେ । ସେହିପରି ଏହି ଘଟଣା ପରେ ଅଭିଯୁକ୍ତ ଯୁବକ ପୀଡିତାଙ୍କୁ ମେସେଜରେ କ୍ଷମା ମାଗିଥିଲା । ଯାହାର ସ୍କ୍ରିନସଟ୍ ପୀଡିତା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେହିପରି ତାଙ୍କ ସହ ଦୁଷ୍କର୍ମ ଘଟଣାକୁ ୧୨ ଦିନ ବିତିଯାଇଥିଲେ ବି ଅଭିଯୁକ୍ତକୁ ଗିରଫ କରାଯାଇ ନଥିବା ସେ ପୋଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking