32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପୁଅ ଆଶା କରିବା ପଡିଲା ମହଙ୍ଗା, ଏକା ସହିତ ୪ଟି ଯାଆଁଳା ଶିଶୁ ଜନ୍ମ ଦେଲେ...

ପୁଅ ଆଶା କରିବା ପଡିଲା ମହଙ୍ଗା, ଏକା ସହିତ ୪ଟି ଯାଆଁଳା ଶିଶୁ ଜନ୍ମ ଦେଲେ ମହିଳା….

ଲକ୍ଷ୍ନୌ : ଅଧିକାଂଶ ପରିବାରରେ ଯାଆଁଳା ସନ୍ତାନ ଜନ୍ମ ହୋଇଥା’ନ୍ତି । ବେଳେବେଳେ କେତେକ ସ୍ଥାନରେ ୩ଟି ସନ୍ତାନ ଜନ୍ମ ହୋଇଥିବାର ମଧ୍ୟ ଆପଣମାନେ ଶୁଣିଥିବେ । ହେଲେ ଏକା ସହିତ ୪ଟି ସନ୍ତାନ ଜନ୍ମ ହେବା କେବେ ଶୁଣିଛନ୍ତି କି ? ଉତ୍ତରପ୍ରଦେଶର ଆଗ୍ରାରେ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଯାହାଙ୍କର ଏକାସହିତ ୪ଟି ସନ୍ତାନ ଜନ୍ମ ହୋଇଛି । ଯାହା ପରେ ସେ ଏବେ ୭ଟି ସନ୍ତାନର ବାପା ହୋଇପାରିଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି କି ୪ଟି ସନ୍ତାନ ଜନ୍ମ ହୋଇଥିବାବେଳେ ସେ ୭ଟି ସନ୍ତାନର ବାପା କେମିତି ହେଲେ? ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ଅଟୋ ଡ୍ରାଇଭର ମନୋଜ କୁମାରଙ୍କ ସ୍ତ୍ରୀ ଏକକାଳୀନ ୪ଟି ସନ୍ତାନକୁ ଜନ୍ମ ଦେଇଛନ୍ତି ।

ଯାହା ଏବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ଉଭୟ ମା’ ଓ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ହେଲେ ଅଟୋଡ୍ରାଇଭର ମନୋଜ କୁମାରଙ୍କ ଆର୍ôଥକ ପରିସ୍ଥିତି ଭଲ ନଥିବା ସହ ସେ ଅଟୋଚଳାକ । ଦୁର୍ବଳ ଥିବାରୁ ସେ ଏକାସହିତ ୪ଟି ସନ୍ତାନର ଲାଳନପାଳନ କରିବା ପାଇଁ ସେ ସକ୍ଷମ ନୁହଁନ୍ତି । ତେଣୁ ସେ ଡାକ୍ତର ଓ ସରକାରଙ୍କ ସହାୟତା ଲୋଡିଛନ୍ତି । ଆଗ୍ରାର ଇତ୍‌ମାତଉଦ୍‌ଦୈଲାର ପ୍ରକାଶ ନଗରରେ ରହୁଥିବା ମନୋଜ କୁମାରଙ୍କ ସ୍ତ୍ରୀଙ୍କ ଅଲଟ୍ରାସାଉଣ୍ଡ ରିପୋର୍ଟରେ ତାଙ୍କର ଯାଆଁଳା ଛୁଆ ଥିବା ଜଣାପଡିଥିଲା । ହେଲେ ଅପରେସନ୍ ପରେ ଜଣାପଡିଥିଲା କି ତାଙ୍କ ଗର୍ଭରେ ୨ଟି ନୁହେଁ ବରଂ ୪ଟି ଶିଶୁ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking