ପାଟନା: ବିହାରର ରାଜଧାନୀ ପାଟନା ସ୍ଥିତ ସିଭିଲ୍ କୋର୍ଟରେ ଆଜି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣର ଶବ୍ଦ ପରେ କୋର୍ଟ ପରିସରରେ କିଛି ସମୟ ପାଇଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ଘଟଣାସ୍ଥଳରେ ଉପସ୍ଥିତ ପୋଳିସ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । କୁହାଯାଉଛି ଯେ, ଏକ ହଷ୍ଟେଲରୁ ଜବତ ହୋଇଥିବା ବୋମାକୁ କୋର୍ଟରେ ଉପସ୍ଥାପନ କରାଯାଉଥିଲା ।
ଏହି ସମୟରେ ବୋମାଟି ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ତଦନ୍ତ ଅଧିକାରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ପାଟନାସ୍ଥିତ ଏକ ହଷ୍ଟେଲରୁ କିଛି ଦିନ ପୂର୍ବରୁ ଏକ ବୋମା ଜବତ କରାଯାଇଥିଲା । ଜବତ ହୋଇଥିବା ବୋମା ମାମଲାର ଶୁଣାଣି ପାଇଁ କୋର୍ଟରେ ଉପସ୍ଥାପନ କରାଯାଉଥିଲା । ଏହି ସମୟରେ ବୋମା ବିସ୍ଫୋରଣ ହୋଇଛି । ବିସ୍ଫୋରଣ ସମୟରେ ସେଠାରେ ଉପସ୍ଥିତ ଥିବା ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ ଆହତ ହୋଇଛନ୍ତି । କଦମକୁଆଁ ଥାନା ପକ୍ଷରୁ କୋର୍ଟକୁ ବୋମାଟି ଅଣାଯାଇଥିଲା ।