28.1 C
Bhubaneswar
Wednesday, April 24, 2024
Homeଅପରାଧନିଜ ଝିଅକୁ ପିଟି ପିଟି ମାରିଦେଲା ପିଶାଚ ମା’

ନିଜ ଝିଅକୁ ପିଟି ପିଟି ମାରିଦେଲା ପିଶାଚ ମା’

ବାଲେଶ୍ୱର : ନିଜ ଝିଅକୁ ପିଟି ପିଟି ମାରିଦେଲା ପିଶାଚ ମା’ । ଯେଉଁ ହାତରେ ଝିଅକୁ ବଡ଼ କଲା ସେହି ହାତରେ ଝିଅର ଜୀବନ ନେଇଗଲା । ଦ୍ୱିତୀୟ ବିବାହ ପରେ ସ୍ୱାମୀ ସହ ମିଶି ଝିଅକୁ ମାରିଦେଲା ସ୍ତ୍ରୀ । ଝିଅକୁ ମାରିବା ପରେ ଥାନାରେ ଆସି ଆତ୍ମସମର୍ପଣ କଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ପୌରାଞ୍ଚଳ ୪ ନମ୍ବର ୱାର୍ଡର ଫୁଲ ବଜାର ଅଞ୍ଚଳରେ । ସୂଚନା ଅନୁଯାୟୀ, ଫୁଲ ବଜାର ଅଞ୍ଚଳର ବେବି ବିବି (୪୦) ତିନୋଟି ବିବାହ କରିଛନ୍ତି । ପ୍ରଥମ ସ୍ୱାମୀଙ୍କ ଠାରୁ ଗୋଟିଏ ଝିଅ ଜନ୍ମ ହୋଇଥିଲା । ପରେ ବେବି ତାଙ୍କ ଠାରୁ ଦୂରେଇ ଆସି ଦ୍ୱିତୀୟ ବିବାହ କରିଥିଲେ । ଦ୍ୱିତୀୟ ସ୍ୱାମୀ ସେକ କୁତବୁଦ୍ଦିନଙ୍କ ଠାରୁ ଦୁଇଟି ଝିଅ ଜନ୍ମ ହୋଇଥିଲେ ।

କିଛି ଦିନ ପରେ ପୁଣି କୁତବୁଦ୍ଦିନଙ୍କ ଠାରୁ ଦୂରେଇ ଯାଇ ତୃତୀୟ ଥର ପାଇଁ ସେକ ଅବଦୁଲ ରହିମଙ୍କୁ ବିବାହ କରିଥିଲେ ତାଙ୍କ ଠାରୁ ଗୋଟିଏ ପୁଅ ହୋଇଥିଲା । ତେବେ ଦ୍ୱିତୀୟ ସ୍ୱାମୀଙ୍କ ପାଖରୁ ହୋଇଥିବା ସାନଝିଅ (୧୫) ସହିତ ମାଆ ବେବିଙ୍କର ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା । ଝିଅ ବିଭିନ୍ନ ଯୁବକଙ୍କ ସହିତ ଫୋନରେ କଥା ହେଉଥିବାରୁ ମାଆ ଏହାକୁ ବିରୋଧ କରୁଥିବାରୁ ବିଭିନ୍ନ ସମୟରେ ଯୁକ୍ତିତର୍କ ହେଉଥିଲା ।

ଗତ ୨୫ ତାରିଖ ମଧ୍ୟାହ୍ନରେ ଏହି ପାଟିତୁଣ୍ଡ ଜୋରଦାର ହୋଇଥିଲା । ଉତକ୍ଷିପ୍ତ ହୋଇ ବେବି ଝିଅର ତଣ୍ଟି ଚିପି ଦେଇଥିବା ଦ୍ୱିତୀୟ ବାପା କୁତବୁଦ୍ଦିନ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିଲାବେଳେ ପରେ ତଦନ୍ତ ବେଳେ ମାରି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପଚରାଉଚରା ବେଳେ ବେବି ହତ୍ୟା କରିଥିବା ସ୍ୱୀକାର କରିଥିବା ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ଫଳରେ ପୁଲିସ ବେବିଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking