32.1 C
Bhubaneswar
Friday, April 26, 2024
Homeଓଡିଶାସ୍ଥିତି ନିୟନ୍ତ୍ରଣରେ ରହିଛି: କମିଶନର

ସ୍ଥିତି ନିୟନ୍ତ୍ରଣରେ ରହିଛି: କମିଶନର

ଭୁବନେଶ୍ୱର: ଅଗ୍ନିକାଣ୍ଡ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମନ୍ତବ୍ୟ ପ୍‌ରଦାନ କରିଛନ୍ତି । ପେଟ୍ରୋଲ ପମ୍ପରେ ମୋଟ ୩ଟି ଟାଙ୍କି ରହିଛି । ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ଗ୍ୟାସ ଟାଙ୍କି ରହିଛି ବୋଲି ସେ କହିଛନ୍ତି । ଗ୍ୟାସ ଟାଙ୍କିରେ ନିଆଁ ଲାଗିଥିଲାସ ପେଟ୍ରୋଲ ଡିଜେଲ ଅକ୍ଷତ ଅଛି । ସ୍ଥିତି ନିୟନ୍ତ୍ରଣକୁ ଆସିଗଲାଣି ବୋଲି କହିଛନ୍ତି ପୋଲିସ କମିଶନର । ଟାଙ୍କିରୁ ନିଆଁ ଲିଭିଛି, ସେଥିରେ ଆଉ କିଛି ଗ୍ୟାସ ରହିଯାଇଛି । ରହିଯାଇଥିବା ଗ୍ୟାସ କାଢିନେବା ପାଇଁ ଆଇଓସିଏଲକୁ କହିଛୁ ।
ଅନ୍ୟପଟେ ଆହତଙ୍କ ସଂଖ୍ୟା ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି । ଏଯାବତ ୯ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଛି ବୋଲି ସେ କହିଛନ୍ତି । ୯ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅଛନ୍ତି, ଏସସିବି ପଠାଯାଇଛି ।
ଖାଲି ଏତିକି ନୁହେଁ, ପେଟ୍ରୋଲ ପମ୍ପ ବିସ୍ଫୋରଣ ସ୍ଥଳରେ ଭୟଙ୍କର ଦୃଶ୍ୟ ବି ଦେଖିବାକୁ ମିଳିଛି । ବିସ୍ଫୋରଣ ସ୍ଥଳରେ ଛିନଛତ୍ର ପଡିଛି ଛିଡା ଆଙ୍ଗୁଠି, କାନ । ଦେହର ମାସଂ, ଚମଡା ମଧ୍ୟ ଛିନଛତ୍ର ପଡିଥିବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking