32.1 C
Bhubaneswar
Friday, April 26, 2024
Homeଓଡିଶାରେଭେନ୍ସାରେ ପ୍ରକାଶ ପାଇଲା ସ୍ନାତକ ଶେଷବର୍ଷ ପରୀକ୍ଷା ଫଳ

ରେଭେନ୍ସାରେ ପ୍ରକାଶ ପାଇଲା ସ୍ନାତକ ଶେଷବର୍ଷ ପରୀକ୍ଷା ଫଳ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ନାତକ ଶେଷବର୍ଷ ପରୀକ୍ଷାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ୱେବସାଇଟରୁ ନିଜର ପରୀକ୍ଷା ଫଳ ବିଷୟରେ ଜାଣିପାରିବେ ବୋଲି ରେଭେନ୍ସା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଠାରୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟର ନୂତନ ପ୍ରଶାସନିକ ବ୍ଲକରେ ପ୍ରୋଭିଜନାଲ ପ୍ରମାଣପତ୍ର ଏବଂ ମାର୍କସିଟ ପ୍ରଦାନ ଆରମ୍ଭ ହୋଇଥିବା ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି । ସ୍ନାତକ ଶେଷବର୍ଷ ବା ଷଷ୍ଠ ସେମିଷ୍ଟାରରେ କଳାର ଭୂଗୋଳ ବିଭାଗରେ ୨୬ଜଣ, ଅର୍ଥଶାସ୍ତ୍ରରେ ୬୦ଜଣ, ଶିକ୍ଷା ବିଭାଗରେ ୨୧ଜଣ, ଇଂରାଜୀ ବିିଭାଗରେ ୭୦ଜଣ, ହିନ୍ଦୀରେ ୨୮ଜଣ, ଇତିହାସ ବିଭାଗରେ ୨୩ଜଣ, ମନସ୍ତତ୍ତ୍ୱ ବିଭାଗରେ ୨୫ଜଣ,  ରାଜନୀତି ବିଜ୍ଞାନରେ ୬୫ଜଣ,  ସଂସ୍କୃତରେ ୨୧ଜଣ, ସମାଜ ବିଜ୍ଞାନରେ ୪୪ଜଣ, ଗଣିତ ବିଭାଗରେ ୩ଜଣ, ଓଡିଆ ବିଭାଗରେ ୫୩ଜଣ, ଦର୍ଶନଶାସ୍ତ୍ରରେ ୨୩ଜଣ, ପରିସଂଖ୍ୟନ ବିଭାଗରେ ୩ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ସେହିଭଳି ବିଜ୍ଞାନ ପାଠ୍ୟକ୍ରମର ବଟାନୀ ବିଭାଗରେ ୧୮ଜଣ, କେମେଷ୍ଟ୍ରିରେ ୪୯ଜଣ, କମ୍ପ୍ୟୁଟର ବିଜ୍ଞାନରେ ୩୮ଜଣ, ଅର୍ଥଶାସ୍ତ୍ରରେ ୧୦ଜଣ, ଜିଓଗ୍ରାଫିରେ  ୭ଜଣ, ଜିଓଲୋଜିରେ ୪୪ଜଣ, ଗଣିତରେ ୨୧ଜଣ, ଫିଜିକ୍ସରେ ୫୧ଜଣ, ପରିସଂଖ୍ୟାନରେ ୩୦ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପୁନଶ୍ଚ ବାଣିଜ୍ୟରେ ୪୧୬ଜଣ, ବିବିଏ ବିଭାଗରେ ୪୦ଜଣ, ଆଇଏସଟିରେ ୧୩୧ଜଣ, ଆଇଟିଏମରେ ୨୮୧ଜଣ, ବିଏ ବିଇଡିରେ ୫୦ଜଣ, ବିଏସସି ବିଇଡିରୁ ୪୫ଜଣ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତବର୍ଷ କରୋନା ଯୋଗୁଁ ସ୍ନାତକ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇବରେ ବିଳମ୍ବ ହେବାରୁ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଗତ କିଛିଦିନ ପୂର୍ବେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଏକ ଚିଠି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking