31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶକଟକଣା ମଧ୍ୟରେ ଖୋଲିଲା ବିଶ୍ୱବିଦ୍ୟାଳୟ

କଟକଣା ମଧ୍ୟରେ ଖୋଲିଲା ବିଶ୍ୱବିଦ୍ୟାଳୟ

କାବୁଲ: ସୋମବାରଠାରୁ ଆଫଗାନିସ୍ତାନର ବିଭିନ୍ନ ସହରରେ ଥିବା ବିଶ୍ୱବିଦ୍ୟାଳୟଗୁଡିକ ଖୋଲାଯାଇଛି । ତେବେ ବିଶ୍ୱବିଦ୍ୟାଳୟରେ ତାଲିବାନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି । ଗୋଟିଏ କ୍ଲାସରୁମରେ ଛାତ୍ର ଓ ଛାତ୍ରୀ ଅଧ୍ୟୟନରତ ଥିବାବେଳେ ସେମାନଙ୍କ ମଧ୍ୟରେ ପରଦା ଟଙ୍ଗାଯାଇଛି ବୋଲି ଟ୍ୱିଟରରେ ଅପ୍‌ଲୋଡ ହୋଇଥିବା ଏକ ଭିଡିଓରୁ ପରିଲକ୍ଷିତ ହୋଇଛି । ମହିଳାଙ୍କ ଶିକ୍ଷା ପ୍ରତି କୋହଳ ମନୋଭାବ ପୋଷଣ କରାଯିବ ବୋଲି ତାଲିବାନ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଛାତ୍ରୀମାନେ ହିଜାବ ପରିଧାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରୀମାନେ ନିକାବ୍ ଦ୍ୱାରା ମୁଖମଣ୍ଡଳର ଅଧିକାଂଶ ସ୍ଥାନକୁ ଢାଙ୍କିବାକୁ କୁହାଯାଇଛି । ଛାତ୍ରୀଙ୍କୁ କେବଳ ଶିକ୍ଷୟିତ୍ରୀ ପାଠ ପଢାଇବେ । ଯଦି ଶିକ୍ଷୟିତ୍ରୀ ନଥାନ୍ତି, ତେବେ ଉତ୍ତମ ଚରିତ୍ର ବିଶିଷ୍ଟ ଜଣେ ବୟସ୍କ ଶିକ୍ଷକଙ୍କୁ ଏହି ଦାୟିତ୍ୱ ଦିଆଯାଇପାରେ ବୋଲି ତାଲିବାନ ପକ୍ଷରୁ ପରୱାନା ଜାରି କରାଯାଇଛି । ଏପରିକି ଛାତ୍ରଙ୍କ ସହ ମିଶିବା ସୁଯୋଗ ଏଡାଇବାକୁ ଛାତ୍ରୀମାନେ ୫ ମିନିଟ ପୂର୍ବରୁ କ୍ଲାସରୁ ବାହାରିବେ ବୋଲି କୁହାଯାଇଛି । ଅର୍ଥାତ ଛାତ୍ରୀମାନେ ବାହାରକୁ ଯିବାର ୫ ମିନିଟ ପରେ ଛାତ୍ରମାନେ କ୍ଳାସରୁମ ଛାଡିବେ । ଘରୋଇ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତି ଏହି ନିୟମ କଡାକଡିଭାବେ ଲାଗୁ ହେବ ବୋଲି ତାଲିବାନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking