26.1 C
Bhubaneswar
Tuesday, May 7, 2024
Homeଓଡିଶାନିମ୍ନ ଅଦାଲତଙ୍କ ଆଜୀବନ ଦଣ୍ଡାଦେଶ, ହାଇକୋର୍ଟରେ ଖାରଜ

ନିମ୍ନ ଅଦାଲତଙ୍କ ଆଜୀବନ ଦଣ୍ଡାଦେଶ, ହାଇକୋର୍ଟରେ ଖାରଜ

କଟକ : ଏକ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ ଭୋଗୁଥିବା ଆସାମୀ ରଞ୍ଜନ ଜୁଆଙ୍ଗ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟ ତାକୁ ଏହି ଦଣ୍ଡାଦେଶରୁ  ମୁକ୍ତ କରିଛନ୍ତି । ହାଇକୋର୍ଟ ଏହି ମାମଲାରେ ନିମ୍ନ ଅଦାଲତଙ୍କ ଆଜୀବନ ଦଣ୍ଡାଦେଶକୁ ଖାରଜ କରିଛନ୍ତି । । ଅଭିଯୁକ୍ତ ଜଣକ ହତ୍ୟା କରିବା  ଉଦ୍ଦେଶ୍ୟ ନଥିବା ମାମଲାରେ ପ୍ରମାଣିତ ହୋଇଥିବାରୁ ତାକୁ ଆଇପିସିର ୩୦୨ ବଦଳରେ ୩୦୨(୨) ଆଧାରରେ ଦଣ୍ଡବିଧାନ କରାଯିବା ଉଚିତ୍ । ତେବେ ଅଭିଯୁକ୍ତ ରଞ୍ଜନ ଜୁଆଙ୍ଗ ଇତି  ମଧ୍ୟରେ ଏହି ମାମଲାରେ  ୧୪ବର୍ଷ ଜେଲରେ ବିତାଇ ସାରିଥିବାରୁ ହାଇକୋର୍ଟ ରାୟରେ ପରିବର୍ତ୍ତନ କରି ତାଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଜନ୍ମେଜୟ କଟିକିଆ ପରିଚାଳନା କରୁଥିଲେ । ମାମଲାର ବିବରଣୀ ଅନୁଯାୟୀ  ଉଭୟ ମୃତକ ଓ ମାମଲାର ଆସାମୀ  ରାଇନା ଓରଫ ରଞ୍ଜନ ଜୁଆଙ୍କ ଦୁଇ ସାଙ୍ଗ ଥିଲେ ।

ଗତ ୨୦୦୭  ମସିହା ସେପ୍ଟେମ୍ବର ୨୪ ତାରିଖରେ କେନ୍ଦ୍‌ୁଝର ଜିଲ୍ଲାର ତଳପଡା ଗାଁ ନିକଟରେ ରାତି ୯ଟା ସମୟରେ ସେମାନେ କଳି କଜିଆ କରି ଆସିବା ସମୟରେ  ଉଭୟଙ୍କ ମଧ୍ୟରେ ମାଡପିଟ୍ ହୋଇଥିଲା । ଏହି ଘଟଣାରେ ମୃତକ ଜଣକ ତଳେ ପଡିଯିବାରୁ  ତା ମୁଣ୍ଡରୁ ରକ୍ତ ବାହାରିବା ସହ  ଗଭୀର କ୍ଷତ ହୋଇଥିଲା । ଚିକିତ୍ସା ନିମନ୍ତେ  ତାଙ୍କୁ  ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଦୈତାରୀ ଥାନାରେ  ଏକ ହତ୍ୟା ମାମଲା  ରୁଜୁ ହୋଇଥିଲା । ଏହି ଘଟଣାରେ ପୁଲିସ୍ ତଦନ୍ତ କରି  ଅଭିଯୁକ୍ତକୁ ଅକ୍ଟୋବର ୧ ତାରିଖରେ ଗିରଫ କରିଥିଲା ।

ଡିସେମ୍ବର ୨୫ ତାରିଖରେ ଦୈତାରୀ ପୁଲିସ  କୋର୍ଟରେ  ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । କେନ୍ଦୁଝର  ସେସନ୍ କୋର୍ଟରେ ମାମଲାର ଶୁଣାଣିବେଳେ ୫ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା ।  କେନ୍ଦୁଝର ସେସନ୍ ଜଜ୍ ଅଭିଯୁକ୍ତ ରଞ୍ଜନ ଜୁଆଙ୍ଗକୁ ଦୋଷୀ ସାବ୍ୟସ୍ତ କରି ୨୦୦୯ ଜୁନ ୩୦ରେ ତାକୁ  ଆଜୀବନ ଦଣ୍ଡାଦେଶ ପ୍ରଦାନ କରିଥିଲେ ।   ନିମ୍ନ ଅଦାଲତଙ୍କ ଏପରି ଆଦେଶକୁ ବିରୋଧ କରି ଅଭିଯୁକ୍ତ ଜଣକ  ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍ ଓ ବିଚାରପତି ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ଖାରଜ କରିବା ସହ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking