32.1 C
Bhubaneswar
Friday, April 26, 2024
Homeଓଡିଶାପ୍ରକାଶ ପାଇଲା ନିଟ୍ ୟୁଜି କାଉନ୍‌ସେଲିଂ ପ୍ରୋଭିଜନାଲ ଲିଷ୍ଟ : ମେଧା ତାଲିକାରେ ୪୭୬୬ ଜଣ...

ପ୍ରକାଶ ପାଇଲା ନିଟ୍ ୟୁଜି କାଉନ୍‌ସେଲିଂ ପ୍ରୋଭିଜନାଲ ଲିଷ୍ଟ : ମେଧା ତାଲିକାରେ ୪୭୬୬ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର:   ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ନାମଲେଖା (ଏମବିବିଏସ୍ , ବିଡିଏସ୍‌)ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ଜାରି ରହିଥିବାବେଳେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରୋଭିଜିନାଲ୍ ମେଧା ତାଲିକା ସୋମବାର ସଂଧ୍ୟାରେ ପ୍ରକାଶ ପାଇଛି । କାଉନସେଲିଂ ପାଇଁ ପଞ୍ଜୀକରଣ କରିଥିବା ୪ ହଜାର ୭୬୬ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ଓଜେଇଇ ପ୍ରକାଶ କରିଛି । ଛାତ୍ରଛାତ୍ରୀଙ୍କ ନିଟ୍ ର‌୍ୟାଙ୍କ ସହ ରାଜ୍ୟର ର‌୍ୟାଙ୍କ୍ ମଧ୍ୟ   ଓଜେଇଇ ଆଲଟ୍ କରିଛି ।

ଏଥି ସହିତ ବିଭିନ୍ନ ବର୍ଗର ସଂରକ୍ଷିତ ତାଲିକା ମଧ୍ୟ ପ୍ରକାଶ କରିଛି । ସେହିପରି ଗୀତି ଗାୟତ୍ରୀ ପଣ୍ଡାଙ୍କୁ ରାଜ୍ୟର ପ୍ରଥମ ର‌୍ୟାଙ୍କ ମିଳିଥିବାବେଳେ ତାଙ୍କର ନିଟ୍ ର‌୍ୟାଙ୍କ୍ ୧୦୧ ରହିଛି । ରାଜ୍ୟର ୪୭୬୫ ତମ ର‌୍ୟାଙ୍କ ମିଳିଥିବା ଛାତ୍ରଙ୍କ ନିଟ୍ ର‌୍ୟାଙ୍କ ୯,୨୪,୦୨୨ ରହିଥିବା ଓଜେଇଇ ଦର୍ଶାଇଛି । ତେବେ ଚୂଡ଼ାନ୍ତ ମେଧା ତାଲିକା ଆସନ୍ତା ୨୭ ତାରିଖରେ ପ୍ରକାଶ ପାଇବ । ୨୫ରୁ ୨୬ ତାରିଖ ସଂଧ୍ୟା ୫ଟା ମଧ୍ୟରେ ଛାତ୍ରଛାତ୍ରୀ ମେଧାତାଲିକାରେ ସେମାନଙ୍କର ଅଭିଯୋଗ ସମ୍ପର୍କରେ ଓଜେଇଇକୁ ଜଣାଇବେ । ଏଥିଲାଗି ଓଜେଇଇ ପକ୍ଷରୁ ୱେବସାଇଟ୍ ଜାରି କରାଯାଇଛି । ଚୂଡ଼ାନ୍ତ ମେଧା ତାଲିକା ପରେ ଛାତ୍ରଛାତ୍ରୀଙ୍କ ର‌୍ୟାଙ୍କ ଅନୁଯାୟୀ ସିଟ୍ ଆଲଟମେଣ୍ଟ କରାଯିବ ବୋଲି ଓଜେଇଇ ଅଧ୍ୟକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking