29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଭାରତୀୟ ବଜାରରେ କଳା ସୋମବାର : ନିବେଶକଙ୍କ ୯ ଲକ୍ଷ କୋଟି ଗୋଲ୍‌

ଭାରତୀୟ ବଜାରରେ କଳା ସୋମବାର : ନିବେଶକଙ୍କ ୯ ଲକ୍ଷ କୋଟି ଗୋଲ୍‌

ନୂଆଦିଲ୍ଲୀ: କ୍ରମାଗତ ଭାବେ ଗତ ୫ ଦିନ ଧରି ଭାରତୀୟ ପୁଞ୍ଜି ବଜାରରେ ହ୍ରାସର ଧାରା ଜାରିରହିଛି । ସପ୍ତାହର ପ୍ରଥମ କାରବାର ଦିବସରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ଆଉ ଏକ କଳା ସୋମବାରର ପୂନରାବୃତ୍ତି ଘଟିଛି । ନିବେଶକମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଆଜିର ଦିନରେ ହିଁ ଡୁବି ଯାଇଛି ୯ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ନିବେଶ । ଗତ ୫ଟି କାର୍ଯ୍ୟଦିବସରେ ନିବେଶକ ହରାଇଛନ୍ତି ପାଖାପାଖି ୨୦ ଲକ୍ଷ କୋଟି ଟଙ୍କା । ଆଜି ସେନ୍‌ସେକ୍ସରେ ଟପ୍ ୩୦ ଶେୟାର୍ସରେ ସମସ୍ତ ଶେୟାର୍ସ ଲାଲ୍ ସଙ୍କେତ ପାଇଛନ୍ତି ।

ଗତ ସୋମବାର ବଜାର ବନ୍ଦ ହେବା ବେଳକୁ ମୋଟ ବଜାର ପୁଞ୍ଜୀକରଣ; ଯାହା ୨୭୦ ଲକ୍ଷ କୋଟି ଥିଲା, ଆଜିର କାର୍ଯ୍ୟଦିବସ ଶେଷ ବେଳକୁ ୨୬୦.୪୪ ଲକ୍ଷ କୋଟିକୁ ହ୍ରାସ ଘଟିଛି । ଆଜି କାରବାର ଶେଷ ବେଳକୁ ସେନ୍‌ସେକ୍ସ ୧୫୪୫.୬୭ ପଏଣ୍ଟ୍ ହରାଇ ୫୭୪୯୧.୫୧ ପଏଣ୍ଟ୍‌ରେ ବନ୍ଦ ରହିଛି । ଅପରପକ୍ଷରେ ନିଫ୍ଟି ମଧ୍ୟ କାରବାର ଶେଷ ବେଳକୁ ୪୬୮.୦୫ ପଏଣ୍ଟ୍ ହ୍ରାସ ଘଟି ୧୭୧୪୯.୧୦ ପଏଣ୍ଟ୍‌ରେ ବନ୍ଦ ରହିଛି । ନାୟକା, ପେଟିଏମ୍‌, ଜୋମାଟୋ ତଥା ପଲିସି ବଜାର ଆଦି କମ୍ପାନୀର ଶେୟାର୍ସରେ ବୃହତ୍ ହ୍ରାସ ଘଟିଛି । ଟାଟା ଷ୍ଟିଲ୍ ଓ ବଜାଜ ଫାଇନାନ୍ସର ଶେୟାର୍ସରେ ସର୍ବାଧିକ ହ୍ରାସ ଘଟିଛି ।

ଆମେରିକାର ଫେଡେରାଲ୍ ବ୍ୟାଙ୍କ୍ ଦ୍ୱାରା ସୁଧ ହାର ବୃଦ୍ଧିର ସଙ୍କେତ, ରୁଷ-ୟୁକ୍ରେନ୍ ଯୁଦ୍ଧ ସମ୍ଭାବନା ଓ ବିଦେଶୀ ନିବେଶକଙ୍କ ଦ୍ୱାରା ଭାରତୀୟ ବଜାରରୁ କ୍ରମାଗତ ଭାବେ ପୁଞ୍ଜି ପ୍ରତ୍ୟାହାର ଭାରତୀୟ ଘରୋଇ ବଜାରକୁ ଅଧିକ ପ୍ରଭାବିତ କରିଛି । ଅପରପକ୍ଷରେ ବଜାର ଉପରେ ମନୋବୈଜ୍ଞାନିକ ଚାପ ରହୁଛି । ବଜେଟ୍ ମଧ୍ୟ ଆଗାମୀ ସମୟରେ ବଜାରକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ନିବେଶକମାନେ ସତର୍କତାର ସହିତ ନିବେଶ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking